ଓଡ଼ିଶାଲାଇଭ ବ୍ୟୁରୋ

ଭିଜିଲାନ୍ସ ଜାଲରେ ଫସିଛନ୍ତି ବାଲେଶ୍ଵର ଗ୍ରାମ୍ୟ ନିର୍ମାଣ ମଣ୍ଡଳ ମୁଖ୍ୟଯନ୍ତ୍ରୀ ଏନ ଭି ହରିହର ରାଓ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଶୁକ୍ରବାର ଦିନ ଏନ ଭି ହରିହର ରାଓଙ୍କ ୧୧ଟି ଠିକଣା ଉପରେ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍।

ଏନ ଭି ହରିହର ରାଓଙ୍କ ବ୍ରହ୍ମପୁର ଭାବିନିପୁରରେ ଥିବା ଦୁଇ ମହଲା ବିଶିଷ୍ଟ ଘର, ଭୁବନେଶ୍ଵର ପାତ୍ରପଡ଼ାଠାରେ ଥିବା ଘର, ବ୍ରହ୍ମପୁର କମାପଲ୍ଲୀରେ ଥିବା ଏକ ଫ୍ଲାଟ, ଫୁଲବାଣୀ ଓଲେନବାଚରେ ଥିବା ତାଙ୍କ ପୈତୃକ ଘର, ବାଲେଶ୍ଵର କାର୍ଯ୍ୟାଳୟ ଓ ସରକାରୀ ବାସଭବନ, କେନ୍ଦୁଝରରେ ଥିବା ଅଫିସ ଚାମ୍ବର, ବ୍ରହ୍ମପୁର ତୁଳସୀ ନଗର ଓ ଶାନ୍ତି ନଗରରେ ଥିବା ସମ୍ପର୍କୀୟଙ୍କ ଘର ତଥା କେନ୍ଦୁଝର ଜିଲ୍ଲା ବଳଦେବଜିଉ କଲୋନୀରେ ଥିବା ଜଣେ ସହଯୋଗୀଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ହରିହର ରାଓଙ୍କ ବିରୋଧରେ ଦୀର୍ଘ ଦିନ ହେଲା ଅଭିଯୋଗ ହୋଇଆସୁଥିଲା। ଅଭିଯୋଗ ଆଧାରରେ ଏହି ଚଢ଼ଉ କରାଯାଇଛି। ଚଢ଼ଉରେ ୧୧ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଓ ୧୧ ଜଣ ଏଏସଆଇ ସାମିଲ ଅଛନ୍ତି।

Tags: #Vigilance #VigilanceRaid #Odisha #Balasore #ConstructionEngineer

Comment