ଓଡ଼ିଶାଲାଇଭ୍ ବ୍ୟୁରୋ

୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପାଇଥିଲା। ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାପରେ ଏହାର ନୂଆ ରାଜଧାନୀକୁ ନେଇ ଜୋର ସୋରରେ ଚର୍ଚ୍ଚା ଚାଲିଥିଲା। ଦୀର୍ଘଦିନର ପ୍ରଶାସନିକ କସରତ ପରେ ଭୁବନେଶ୍ୱର ଓଡ଼ିଶାର ନୂଆ ରାଜଧାନୀ ହୋଇଥିଲା।

ଭୁବନେଶ୍ୱର ଓଡ଼ିଶାର ନୂଆ ରାଜଧାନୀର ମାନ୍ୟତା ପାଇବା ପରେ ଏ ସହରକୁ ସୁନ୍ଦର କରି ଗଢ଼ି ତୋଳିବା ପାଇଁ ପ୍ଲାନିଂର ଆବଶ୍ୟକତା ଥିଲା। ତେଣୁ ଭାରତର ବିଭିନ୍ନ ପ୍ରସିଦ୍ଧ ଆର୍କିଟେକ୍ଟମାନଙ୍କୁ ଭୁବନେଶ୍ଵରର ଟାଉନ ପ୍ଲାନିଂ କରିବାକୁ ଦାୟିତ୍ଵ ଦିଆଯାଇଥିଲା। ଶେଷରେ ଜର୍ମାନର ଜଣେ ଟାଉନ ପ୍ଲାନର ଅଟୋ କୋଇନ୍ସବର୍ଜର ମାଷ୍ଟରପ୍ଲାନ ଦେଇଥିଲେ।

ଜଣାଶୁଣା ଉଦ୍ୟୋଗୀ ଦେବାଶିଷ ପଟ୍ଟନାୟକଙ୍କ ଉପସ୍ଥାପନାରେ ପ୍ରସ୍ତୁତ ‘ଷ୍ଟୋରି ଅଫ୍ ଭୁବନେଶ୍ୱର’ ଓଡ଼ିଶାଲାଇଭର ଏକ ସ୍ୱତନ୍ତ୍ର ସିରିଜ୍।

Tags: #Bhubaneswar #CapitalofOdisha #StoryofBhubaneswar #Odisha

Comment