ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ବାଲେଶ୍ୱର ଜିଲ୍ଲା ଶାନ୍ତିକାନନଠାରେ ଆୟୋଜିତ ରତ୍ନୋତ୍ସବ ସମାରୋହ ଉଦଯାପିତ ହୋଇଯାଇଛି। ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ବାଲେଶ୍ଵର ଜିଲ୍ଲାର ଯୁବ ସାମ୍ବାଦିକା ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ପ୍ରିୟମ୍ବଦାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଡକ୍ଟର ନଗେନ୍ଦ୍ର କୁମାର ମହାପାତ୍ର, ଜୟନ୍ତୀ ଜେନା, ହଳଧର ପଣ୍ଡା, ନରେଶ କୁମାର ଲେଙ୍କା, ରବି କୁମାର ପାଣିଗ୍ରାହୀଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରାଯାଇଥିଲା।

ଉଦଯାପନୀ ଅବସରରେ ‘ରତ୍ନଶ୍ରୀ’ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ବାଲେଶ୍ଵର ବିଧାୟକ ମାନସ କୁମାର ଦତ୍ତ ଉଦଘାଟନ କରିଥିବା ବେଳେ ଏଥିରେ ପୌରୋହିତ୍ୟ କରିଥିଲେ ପରିଷଦର ସଭାପତି ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ।

ଉଦଯାପନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ଵର ବାଲେଶ୍ଵର ପୌରପାଳିକା ଅଧ୍ୟକ୍ଷା ସବିତା ସାହୁ, ବିଶିଷ୍ଟ ସାହିତ୍ୟିକ ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

Tags: #Ratnotsav #Balasore #FakirMohanSahityaParisad #PratyashaPriyambadaMohanty

Comment