ଓଡ଼ିଶାଲାଇଭ୍ ବ୍ୟୁରୋ

ବରିଷ୍ଠ ଆଇପିଏସ ଅଧିକାରୀ ଅରୁଣ କୁମାର ଷଡ଼ଙ୍ଗୀ ଓଡ଼ିଶା ଲୋକସେବା ଆୟୋଗର (ଓପିଏସସି) ନୂଆ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ସେ ଆସନ୍ତା ୬ ବର୍ଷ ପାଇଁ ଏହି ଦାୟିତ୍ଵ ବହନ କରିବେ। ଏନେଇ ଶୁକ୍ରବାର ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଅରୁଣ କୁମାର ଷଡ଼ଙ୍ଗୀ ଓପିଏସସିର ଅଧ୍ୟକ୍ଷ ଭାବେ ସତ୍ୟଜିତ ମହାନ୍ତିଙ୍କ ସ୍ଥାନ ନେବେ। ଓପିଏସସିର ଅଧ୍ୟକ୍ଷ ଭାବେ ସତ୍ୟଜିତ ମହାନ୍ତିଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ତାଙ୍କ ସ୍ଥାନରେ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ  ନିଯୁକ୍ତି ଦିଆଯାଇଛି।

ଅରୁଣ କୁମାର ଷଡ଼ଙ୍ଗୀ ଜଣେ ୧୯୯୦ ବ୍ୟାଚର ଆଇପିଏସ ଅଧିକାରୀ। ଏବେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି। ପୂର୍ବରୁ ସେ ରାଜ୍ୟର ଇନଚାର୍ଜ ପୋଲିସ ଡିଜି ଭାବେ କାର୍ଯ୍ୟ କରିଥିଲେ।

Tags: #ArunKumarSarangi #OPSCChairman #OPSC #Odisha

LEAVE A REPLY

Please enter your comment!
Please enter your name here