ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ। ବରିଷ୍ଠ ନାଗରିକଙ୍କ ପ୍ରତି ସମ୍ମାନ ଏବଂ ସେମାନଙ୍କ ଯତ୍ନ ପାଇଁ ସଚେତନ ହେବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଅକ୍ଟୋବର ୧ ତାରିଖକୁ ଏହି ଦିବସ ପାଳନ କରାଯାଉଛି।

ଏହି ଅବସରରେ ଆଇଏଫ୍‌ଆଇ ଫାଉଣ୍ଡେସନ, ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସ୍ ପକ୍ଷରୁ ଏକ ମିଳିତ ଡିଜିଟାଲ ମିଡିଆ କ୍ୟାମ୍ପେନ କରାଯାଇଛି।

ବୟସ୍କ ବ୍ୟକ୍ତି କିପରି ଫିଟ୍ ରହିବେ, ବୟସ୍କ ବ୍ୟକ୍ତିଙ୍କ ଡାଏଟର ଗୁରୁତ୍ଵ ଏବଂ ବୟସ୍କ ବ୍ୟକ୍ତିଙ୍କ ଲାଗି ଯୋଗର ଆବଶ୍ୟକତା – ଏ ସବୁ ବିଷୟକୁ ନେଇ ଡାକ୍ତରଙ୍କ ପରାମର୍ଶ ଥିବା ଭିଡିଓ ପୋଷ୍ଟ କରାଯିବ। ‘ଓଡ଼ିଶାଲାଇଭ୍’ ନ୍ୟୁଜ ପୋର୍ଟାଲ ସହିତ ଏହାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ (ଫେସବୁକ, ଟୁଇଟର)ରେ ଏହି ଭିଡିଓଗୁଡ଼ିକ ପ୍ରସାରିତ ହେବ। ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ ପ୍ଲାଟଫର୍ମର ଓଡ଼ିଶାଲାଇଭ୍ ପେଜରେ ମଧ୍ୟ ଏହି ବିଷୟ ଉପଲବ୍ଧ ରହିବ।

ବୟସ ବଢ଼ିଲେ ଆମର ହଜମ କରିବାର ଶକ୍ତି କମିଯାଏ। ଏହାଛଡ଼ା ଭିଟାମିନ୍‌, କ୍ୟାଲସିୟମ ଜନିତ ଅଭାବ ମଧ୍ୟ ଦେଖାଦେଇଥାଏ। ତେଣୁ ବୟସ୍କ ବ୍ୟକ୍ତିମାନେ ସେମାନଙ୍କର ଖାଦ୍ୟ ଉପରେ ବେଶୀ ଧ୍ୟାନ ଦେବା ଉଚିତ।

ତେବେ ବୟସ୍କ ବ୍ୟକ୍ତି କେଉଁ ଭଳି ଖାଦ୍ୟ ଖାଇବା ଆବଶ୍ୟକ, ସେମାନଙ୍କ ଡାଏଟ୍ ପ୍ଲାନ କେମିତି ହେବା ଦରକାର, ବୟସ୍କ ବ୍ୟକ୍ତି କେଉଁ ସବୁ ଖାଦ୍ୟଠାରୁ ଦୂରେଇ ରହିବା ଜାରୁରୀ, ସେ ସମ୍ପର୍କରେ ଡାଏଟିସିଆନ ନିହାରିକା ଦାସଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #InternationaldayofElderpersons #Physiotherapy #Exercise #Diet #Treatment #HealthyLife #OdiaHealthTips

LEAVE A REPLY

Please enter your comment!
Please enter your name here