ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଆଜି ହେଉଛି ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ। ବରିଷ୍ଠ ନାଗରିକଙ୍କ ପ୍ରତି ସମ୍ମାନ ଏବଂ ସେମାନଙ୍କ ଯତ୍ନ ପାଇଁ ସଚେତନ ହେବା ଉଦ୍ଦେଶ୍ୟରେ ପ୍ରତି ବର୍ଷ ଅକ୍ଟୋବର ୧ ତାରିଖକୁ ଏହି ଦିବସ ପାଳନ କରାଯାଉଛି।
ଏହି ଅବସରରେ ଆଇଏଫ୍ଆଇ ଫାଉଣ୍ଡେସନ, ଓଡ଼ିଶାଲାଇଭ୍ ଏବଂ ସ୍ୱାସ୍ଥ୍ୟପ୍ଲସ୍ ପକ୍ଷରୁ ଏକ ମିଳିତ ଡିଜିଟାଲ ମିଡିଆ କ୍ୟାମ୍ପେନ କରାଯାଇଛି।
ବୟସ୍କ ବ୍ୟକ୍ତି କିପରି ଫିଟ୍ ରହିବେ, ବୟସ୍କ ବ୍ୟକ୍ତିଙ୍କ ଡାଏଟର ଗୁରୁତ୍ଵ ଏବଂ ବୟସ୍କ ବ୍ୟକ୍ତିଙ୍କ ଲାଗି ଯୋଗର ଆବଶ୍ୟକତା – ଏ ସବୁ ବିଷୟକୁ ନେଇ ଡାକ୍ତରଙ୍କ ପରାମର୍ଶ ଥିବା ଭିଡିଓ ପୋଷ୍ଟ କରାଯିବ। ‘ଓଡ଼ିଶାଲାଇଭ୍’ ନ୍ୟୁଜ ପୋର୍ଟାଲ ସହିତ ଏହାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ (ଫେସବୁକ, ଟୁଇଟର)ରେ ଏହି ଭିଡିଓଗୁଡ଼ିକ ପ୍ରସାରିତ ହେବ। ଡେଲିହଣ୍ଟ ଏବଂ ଜିଓ ନ୍ୟୁଜ ପ୍ଲାଟଫର୍ମର ଓଡ଼ିଶାଲାଇଭ୍ ପେଜରେ ମଧ୍ୟ ଏହି ବିଷୟ ଉପଲବ୍ଧ ରହିବ।
ବୟସ୍କ ଲୋକମାନଙ୍କୁ ବିଭିନ୍ନ କାରଣରୁ ଘରେ ରହିବାକୁ ପଡ଼େ। ଫଳରେ ସେମାନଙ୍କ ମାଂସପେଶୀ ଯନ୍ତ୍ରଣା ଭଳି ସମସ୍ୟା ଦେଖା ଦେଇଥାଏ। ସେମାନଙ୍କ ଚାଲିବା ବୁଲିବା କଷ୍ଟକର ହୋଇଥାଏ।
ବୟସ୍କମାନେ ଫିଟ୍ ରହିବା ଆବଶ୍ୟକ। ସୁସ୍ଥ ରହିବା ପାଇଁ ବ୍ୟାୟାମ, ଯୋଗାସନ ଓ ପ୍ରାଣାୟାମର ଗୁରୁତ୍ଵ ରହିଛି। ତେଣୁ ଦୈନନ୍ଦିନ ଜୀବନରେ ଏହାକୁ ସାମିଲ କରିବା ନିହାତି ଜରୁରୀ। ହେଲେ ସମସ୍ତଙ୍କ ପାଇଁ ଯୋଗାସନ ଭିନ୍ନ ଭିନ୍ନ ହୋଇଥାଏ।
ବୟସ୍କ ବ୍ୟକ୍ତି ସୁସ୍ଥ ରହିବା ପାଇଁ କିପରି କରିବେ ଯୋଗାସନ, ସେ ସମ୍ପର୍କରେ ଯୋଗ ପ୍ରଶିକ୍ଷକ ଗଣେଶ୍ଵର ଗୋଚ୍ଛିକାରଙ୍କଠାରୁ ଭଲ ଭାବେ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #InternationaldayofElderpersons #Physiotherapy #Exercise #Diet #Treatment #HealthyLife #OdiaHealthTips