ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଭାରତର ଦୁଇ ମହାନାୟକଙ୍କ ଜନ୍ମ ଜୟନ୍ତୀ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସହ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ସାରାଦେଶରେ ଗାନ୍ଧିଜୀଙ୍କର ୧୫୫ତମ ଜୟନ୍ତୀ ପାଳନ ହେଉଥିବାବେଳେ ଶାସ୍ତ୍ରୀଜୀଙ୍କର ଏହା ହେଉଛି ୧୨୦ତମ ଜୟନ୍ତୀ।

ଦେଶକୁ ଇଂରେଜ ଶାସନରୁ ମୁକ୍ତ କରିଥିବା ପ୍ରମୁଖ ଭୂମିକା ବହନ କରିଥିବା ମହାନ ଯୁଗପୁରୁଷ ହେଉଛନ୍ତି ମହାତ୍ମା ଗାନ୍ଧୀ। ସେ ଅକ୍ଟୋବର ୨ ତାରିଖ ୧୮୬୯ ମସିହାରେ ଗୁଜୁରାଟର ପୋରବନ୍ଦରଠାରେ ଜନ୍ମଗ୍ରହଣ କରିଥିଲେ। ସେହିପରି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଅକ୍ଟୋବର ୨ ତାରିଖ ୧୯୦୪ ମସିହାରେ ଜନ୍ମଗ୍ରହଣ କରିଥିଲେ।

ଅହିଂସା ଉପାୟରେ ଦେଶକୁ ସ୍ୱାଧୀନତା ଆଣିଥିବା ମହାନ ପୁରୁଷ ହେଉଛନ୍ତି ଜାତିର ଜନକ ମହାତ୍ମା ଗାନ୍ଧୀ। ତାଙ୍କ ନେତୃତ୍ୱରେ ଦେଶ ଇଂରେଜମାନଙ୍କ କବଳରୁ ମୁକ୍ତ ହୋଇପାରିଥିଲା। ସେହିପରି ଶାସ୍ତ୍ରୀଜୀ ଦେଶର ପ୍ରଧାନମନ୍ତ୍ରୀ ଥିବା ସମୟରେ ୧୯୬୫ ମସିହାରେ ପାକିସ୍ତାନ ସହ ଯୁଦ୍ଧଲଢ଼ି ନିଜର ପରାକ୍ରମ ଦେଖାଇଥିଲା ଭାରତ।

ଆଜି ଜନ୍ମ ଜୟନ୍ତୀ ଅବସରରେ ସାରା ଦେଶବାସୀ ଏହି ଦୁଇ ଯୁଗପୁରୁଷଙ୍କୁ ମନେପକାଇ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି।

Tags: #MahatmaGandhi #LalBahadurShastri #BirthAnniversary #Celebration #India

LEAVE A REPLY

Please enter your comment!
Please enter your name here