ଓଡ଼ିଶାଲାଇଭ୍ ବ୍ୟୁରୋ

Leopard

ଓଡ଼ିଶାରେ ବଢ଼ିଛି କଲରାପତରିଆ ବାଘଙ୍କ ସଂଖ୍ୟା। ଏବେ ରାଜ୍ୟର ବିଭିନ୍ନ ଅଭୟାରଣ୍ୟ ଓ ଜଙ୍ଗଲରେ ୬୯୬ଟି କଲରାପତରିଆ ବାଘ ଅଛନ୍ତି। ଏନେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଜାରି ହୋଇଥିବା ଓଡ଼ିଶାର ନିଜସ୍ଵ ବାଘ ଗଣନା ରିପୋର୍ଟରୁ ସ୍ପଷ୍ଟ ହୋଇଛି।

୨୦୨୨ର ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣର (ଏନଟିସିଏ) ରିପୋର୍ଟ ଅନୁସାରେ ରାଜ୍ୟରେ ୫୬୮ କଲରାପତରିଆ ବାଘ ଥିବା କୁହାଯାଇଥିଲା। ଏହାପରେ ୨୦୨୩ ମସିହାରେ ରାଜ୍ୟ ସରକାର ଆଉଥରେ ବାଘ ଗଣନା କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ଏହାର ରିପୋର୍ଟ ଅନୁସାରେ ରାଜ୍ୟରେ ସଂଖ୍ୟା କଲରାପତରିଆ ବାଘଙ୍କ ସଂଖ୍ୟା ୬୯୬କୁ ବୃଦ୍ଧି ହୋଇଛି।

ତେବେ ୨୦୧୮ ମସିହାରେ ପ୍ରକାଶିତ ଏନଟିସିଏ ରିପୋର୍ଟ ଅନୁସାରେ ରାଜ୍ୟରେ କଲରାପତରିଆ ବାଘ ସଂଖ୍ୟା ୭୬୦ ଥିଲା। ହେଲେ ୨୦୨୨ ମସିହା ରିପୋର୍ଟ ଅନୁସାରେ ବାଘଙ୍କ ସଂଖ୍ୟା ୨୫.୨୬ ପ୍ରତିଶତ କମି ୫୬୮ ରହିଯାଇଥିଲା।

ଓଡ଼ିଶାର ରାୟଗଡ଼ା, କନ୍ଧମାଳ, ସମ୍ବଲପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର ଏବଂ ଅନୁଗୁଳ ଜିଲ୍ଲାର ଜଙ୍ଗଲରେ କଲରାପତରିଆ ବାଘ ଦେଖିବାକୁ ମିଳନ୍ତି। ରାଜ୍ୟରେ ଶିମିଳିପାଳ ଓ ସାତକୋଶିଆ ଅଭୟାରଣ୍ୟରେ କଲରାପତରିଆ ବାଘଙ୍କ ସଂଖ୍ୟା ଅଧିକ ରହିଛି।

Tags: #Leopards #TigerCensusReport #ForestDept #NTCA #Wildlife #Odisha

LEAVE A REPLY

Please enter your comment!
Please enter your name here