ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ କର୍ମଚାରୀ କପ୍ତିପଦା ରେଞ୍ଜ ଅଞ୍ଚଳରୁ ୫ଟି ହାତୀ ଦାନ୍ତ ଜବତ କରିବା ସହ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ କପ୍ତିପଦା ଅଞ୍ଚଳର ନରୁ ସିଂ, ବୀରଭଦ୍ର ସିଂ, ନିତ୍ୟାନନ୍ଦ ଗାଗରେଇ, ଉଦଳା ଅଞ୍ଚଳର ସାମଲ ସିଂ ଏବଂ ବାଲେଶ୍ଵର ଜିଲ୍ଲାର ନିରଞ୍ଜନ ବେହେରା, ଅଜୟ ବାରିକ ଓ ସୁନିଲ କୁମାର ହୋ।

କପ୍ତିପଦା ରେଞ୍ଜ ଅଞ୍ଚଳରେ କିଛି ବ୍ୟକ୍ତି ହାତୀ ଦାନ୍ତ ବିକ୍ରି କରିବାକୁ ଯୋଜନା କରୁଥିବା ଖବର ପାଇ ବାରିପଦା ବନ ବିଭାଗର ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। କପ୍ତିପଦା ରେଞ୍ଜ ଅଞ୍ଚଳରେ ବୁଲୁଥିବା କିଛି ବ୍ୟକ୍ତିଙ୍କୁ ଦେଖି ସନ୍ଦେହ ହେବାରୁ ସେମାନଙ୍କୁ ଅଟକାଇ ଥିଲେ ବନ ବିଭାଗ କର୍ମଚାରୀ। ଛାନଭିନ ବେଳେ ସେମାନଙ୍କ ପାଖରେ ହାତୀ ଦାନ୍ତ ଥିବା ଦେଖିବାକୁ ମିଳିଥିଲା।

ସମସ୍ତ ୫ଟି ହାତୀ ଦାନ୍ତ ଜବତ କରିବା ସହ ୭ ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିଲା। ହାତୀ ଦାନ୍ତ ସମ୍ପର୍କରେ ପଚରାଉଚରା ପରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ବାରିପଦା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

Tags: #Elephant #Tusk #Wildlife #Kaptipada #Mayurbhanj #Odisha

Comment