ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦାଠାରେ ବିଶ୍ଵ ରେଡ କ୍ରସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ରକ୍ତ କେନ୍ଦ୍ରର ଅଧିକାରୀ ଡାକ୍ତର ସୌମ୍ୟ ରଞ୍ଜନ ନାୟକଙ୍କ ନେତୃତ୍ୱରେ ଏକ ସ୍ଵେଛାକୃତ ରକ୍ତଦାନ ଶିବିର ଅୟୋଜିତ ହୋଇଥିଲା।

ରକ୍ତଦାନ ଶିବିରକୁ ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଓ ବାରିପଦା ଉପଜିଲ୍ଲାପାଳ ଡକ୍ଟର ଦୟାସିନ୍ଧୁ ପରିଡ଼ା, ଜିଲ୍ଲା ଜରୁରୀକାଳିନ ଅଧିକାରୀ ଶ୍ରଦ୍ଧା ସୁମନ ଉଦଘାଟନ କରିଥିଲେ। ଶିବିରରେ ୮ ଜଣ ମହିଳାଙ୍କ ସମେତ ମୋଟ ୫୯ ଜଣ ରକ୍ତଦାନ କରିଥିଲେ।

ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଶ୍ରଦ୍ଧା ସୁମନଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ବିଶିଷ୍ଠ ଅତିଥି ଇଣ୍ଡିଆନ ରେଡକ୍ରସ ସୋସାଇଟିର ଡକ୍ଟର ରମାକାନ୍ତ ମହାନ୍ତ ଏବଂ ସ୍ୱତନ୍ତ୍ର ଅତିଥି ଭାବେ ସମାଜସେବୀ ବିବେକାନନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ରେଡ କ୍ରସର ପ୍ରତିଷ୍ଠାତାଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ବିଶ୍ଵ ରେଡ କ୍ରସ ଦିବସ ପାଳନର ଆଭିମୁଖ୍ୟ ବିଷୟରେ ଅତିଥିମାନେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମ ଶେଷରେ ରେଡକ୍ରସର ଆଜୀବନ ସଦସ୍ୟ ଦୀପକ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Tags: #WorldRedCrossDay #Baripada #Mayurbhanj #Odisha

LEAVE A REPLY

Please enter your comment!
Please enter your name here