ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାର ଲୁଲୁଙ୍ଗ ପର୍ଯ୍ୟଟନ ସ୍ଥଳୀରେ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣଙ୍କର ଅବସ୍ଥା ଗୁରୁତର ରହିଛି।

ବାରିପଦାର ବିଭିନ୍ନ ଅଞ୍ଚଳରେ ରହୁଥିବା ୫ ଜଣ ସାଙ୍ଗ ଏକାଠି ଲୁଲୁଙ୍ଗ ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଯାଇଥିଲେ। ସେଠାରେ ଗାଧୋଇବା ସମୟରେ ୩ ଜଣଙ୍କର ଗୋଡ଼ି ଖସିଯାଇଥିଲା। ତିନିଜଣଙ୍କୁ ପାଣିରେ ବୁଡ଼ି ଯାଉଥିବା ଦେଖି ସ୍ଥାନୀୟ ଲୋକ ସେମାନଙ୍କ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଖବର ପାଇଁ ଅଗ୍ନିଶମ ବାହିନୀ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ। ମୃତକମାନେ ହେଲେ ବାରିପଦା ରଘୁନାଥପୁର ଅଞ୍ଚଳର ଆୟୁଷ୍ମାନ ନାୟକ ଏବଂ ମଧୂବନ ଅଞ୍ଚଳର ଅଙ୍କିତ ଭୁଜବଳ। ଅନ୍ୟ ଜଣେ ଡାକ୍ତରଖାନରେ ଚିକିତ୍ସାଧୀନ ଅଛନ୍ତି।

Tags: #Death #Baripada #Mayurbhanj

Comment