ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦାଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ କିଶୋର କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ବିଶ୍ଵ ରକ୍ତ ଶିକୁଳି ସଚେତନତା ଦିବସ ପାଳିତ ହୋଇଯାଇଛି।

ଏହି ଅବସରରେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ତରଫରୁ ଏକ ସଚେତନତା ସଭାର ଆୟୋଜନ କରଯାଇଥିଲା। ଏଥିରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଆଶାକର୍ମୀ ଉପସ୍ଥିତ ଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସଧିକାରୀ ରକ୍ତ ଶିକୁଳି ରୋଗର କାରଣ ଓ ଏଥିରେ ଆକ୍ରାନ୍ତ ରୋଗୀଙ୍କଠାରେ କି କି ଲକ୍ଷଣ ଦେଖାଯାଏ ଓ ଏହାର ଭୟାବହତା ସମ୍ପର୍କରେ ବୁଝାଇଥିଲେ।

ଉଭୟ ପୁରୁଷ ଓ ମହିଳା ଏହି ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଥାଏ। ଏହି ରୋଗରେ ଆକ୍ରାନ୍ତ ହେଲେ ଆଜୀବନ ଚିକିତ୍ସା ଆବଶ୍ୟକ ହୋଇଥାଏ। ତେଣୁ ରୋଗର ଲକ୍ଷଣ ଦେଖାଦେବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ବୋଲି ମୁଖ୍ୟ ଚିକିତ୍ସା ଅଧିକାରୀ କହିଥିଲେ।

ଶୂନ୍ୟରୁ ୪୦ ବର୍ଷ ବୟସର ବ୍ୟକ୍ତି ନିଶ୍ଚିତ ଭାବେ ସିକିଲସେଲ ପରୀକ୍ଷା କରାଇବାକୁ ସେ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଡାକ୍ତର ସୌମ୍ୟରଞ୍ଜନ ନାୟକ ରକ୍ତ ଶିକୁଳି ରୋଗର ଚିକିତ୍ସା ଓ ନିରାକରଣ ସମ୍ପର୍କରେ କହିଥିଲେ। ଗର୍ଭାବସ୍ଥା ସମୟରେ ଜଣେ ରକ୍ତ ଶିକୁଳି ରୋଗୀ କିପରି ନିଜ ଯତ୍ନ ନେବେ ସମ୍ପର୍କରେ ଡାକ୍ତର ରଞ୍ଜନ ଭଣ୍ଡାରି ବୁଝାଇଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅତିରିକ୍ତ ସ୍ଵାସ୍ଥ୍ୟ ଅଧିକାରୀ ବିଜୟ କୁମାର ଦାସ, ଅତିରିକ୍ତ ସ୍ଵାସ୍ଥ୍ୟଅଧିକାରୀ ଘାସିରାମ ମୁର୍ମୁ, ଅତିରିକ୍ତ ସ୍ଵାସ୍ଥ୍ୟ ଅଧିକାରୀ ଶାନ୍ତନୁ ଦାସ, ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ସୁନନ୍ଦା ମିଶ୍ର, ଡାକ୍ତର ସୌମ୍ୟ ରଞ୍ଜନ ନାୟକ, ଡାକ୍ତର ରଞ୍ଜନା ଭଣ୍ଡାରି, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଅନିଲ କୁମାର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାର ବିକାଶ ରଞ୍ଜନ ମହାନ୍ତି, ଡାକ୍ତର ଜ୍ଞାନେନ୍ଦ୍ର ମହାନ୍ତି, ଶିକ୍ଷା ବିଭାଗର ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ, ଭାରତୀ ଆରୁଖ, ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଧନୁ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ।

Tags: #WorldSickleCellDay #AwarnessProgram #Mayurbhanj #Odisha

Comment