ଓଡ଼ିଶାଲାଇଭ୍ ବ୍ୟୁରୋ

୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପାଇଥିଲା। ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାପରେ ଏହାର ନୂଆ ରାଜଧାନୀକୁ ନେଇ ଜୋର ସୋରରେ ଚର୍ଚ୍ଚା ଚାଲିଥିଲା। ଦୀର୍ଘଦିନର ପ୍ରଶାସନିକ କସରତ ପରେ ଭୁବନେଶ୍ୱର ଓଡ଼ିଶାର ନୂଆ ରାଜଧାନୀ ହୋଇଥିଲା।

ତେବେ ୨୦୦୦ ମସିହା ପରେ ଭୁବନେଶ୍ୱର ଏକ ନୂଆ ରୂପ ନେଲା। ଭୁବନେଶ୍ୱରକୁ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା ଓ ଆଇଟି କ୍ଷେତ୍ରରେ ଆଗୁଆ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଗଲା। ଏହାର ଫଳସ୍ୱରୂପ ଭୁବନେଶ୍ୱର ଆଜି ଏ ସବୁ କ୍ଷେତ୍ରରେ ଦେଶର ଏକ ପ୍ରମୁଖ ସହର ଭାବେ ପରିଚିତ ହୋଇପାରିଛି।

ଜଣାଶୁଣା ଉଦ୍ୟୋଗୀ ଦେବାଶିଷ ପଟ୍ଟନାୟକଙ୍କ ଉପସ୍ଥାପନାରେ ପ୍ରସ୍ତୁତ ‘ଷ୍ଟୋରି ଅଫ୍ ଭୁବନେଶ୍ୱର’ ଓଡ଼ିଶାଲାଇଭର ଏକ ସ୍ୱତନ୍ତ୍ର ସିରିଜ୍।

Tags: #Bhubaneswar #CapitalofOdisha #StoryofBhubaneswar #Odisha

Comment