ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ହେବନି ବସ୍ ଧର୍ମଘଟ। ସୋମବାର ସନ୍ଧ୍ୟାରୁ ପ୍ରସ୍ତାବିତ ଧର୍ମଘଟକୁ ପ୍ରତ୍ୟାହାର କଲା ଘରୋଇ ବସ୍ ମାଲିକ ସଂଘ। ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସହ ଆଲୋଚନା ପରେ ଧର୍ମଘଟ ହେବ ନାହିଁ ବୋଲି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।  

‘ଲକ୍ଷ୍ମୀ’ ବସ୍ ଚଳାଚଳକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ସୋମବାର ସନ୍ଧ୍ୟାରୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୩ଟି ଜିଲ୍ଲାରେ ବସ୍ ଧର୍ମଘଟ ପାଇଁ ଡାକରା ଦେଇଥିଲା। ତେବେ ପରିବହନ ମନ୍ତ୍ରୀ ଆଲୋଚନାବେଳେ ସେମାନଙ୍କ ଦାବି ପୂରଣ ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ବୋଲି ସୂଚନା ମିଳିଛି।

ପୂର୍ବରୁ ସରକାର ସେମାନଙ୍କ ଦାବି ପୂରଣ କରୁନଥିବା ଅଭିଯୋଗରେ ପଶ୍ଚିମାଞ୍ଚଳ ଓ ଦକ୍ଷଣାଞ୍ଚଳର ୧୩ଟି ଜିଲ୍ଲାର ୨୪ ଘରୋଇ ବସ୍ ମାଲିକ ସଂଘ ବସ୍ ଧର୍ମଘଟ କରିବେ ବୋଲି ଚେତାବନୀ ଦେଇଥିଲେ।

ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନା ଅନ୍ତର୍ଗତ ବ୍ଲକ ମୁଖ୍ୟାଳୟରୁ ଜିଲ୍ଲା ମୁଖ୍ୟାଳୟକୁ ବସ୍ ଚଳାଚଳକୁ ବିରୋଧ କରିଆସୁଛି ଘରୋଇ ବସ୍ ମାଲିକ ସଂଘ। ଏହି ରୁଟରେ ‘ଲକ୍ଷ୍ମୀ’ ବସ୍ ଚାଲିଲେ ବସ ମାଲିକମାନେ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ସଂଘ ପକ୍ଷରୁ କୁହାଯାଇଛି।

Tags: #BusStrike #PrivateBusOwnersAssociation #Odisha

LEAVE A REPLY

Please enter your comment!
Please enter your name here