ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ଥିବା ନାଫ୍ରି ପଞ୍ଚାୟତ ଅନ୍ତର୍ଗତ ଝିଙ୍କପାହାଡ଼ି ଗାଁ ପୋଖରୀରୁ ଗୋଟିଏ ହାତୀ ଛୁଆର ମୃତଦେହ ଉଦ୍ଧାର କରାଯାଇଛି। ହାତୀ ଛୁଆଟିର ବୟସ ପ୍ରାୟ ୩ ମାସ ହେବ ବୋଲି ବାଙ୍ଗିରିପୋଷି ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି।

ହାତୀ ଛୁଆର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ରେଞ୍ଜ ଅଧିକାରୀ କହିଛନ୍ତି।

Tags: #Mayurbhanj #BabyElephant #death #JhinkapahadiVillage #OdiaNews

LEAVE A REPLY

Please enter your comment!
Please enter your name here