ଓଡ଼ିଶାଲାଇଭ୍ ବ୍ୟୁରୋ

ଆସିଲା ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା। ବୁଧବାର ଦିନ ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ଆସିଛି। ଦ୍ଵିତୀୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ ଏହି ଯୋଜନାରୁ ଲାଭ ମିଳିଛି।

ବୁଧବାର ଦିନ ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ଛଉ ପଡ଼ିଆଠାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ସୁଭଦ୍ରା ଯୋଜନାରେ ପଞ୍ଜୀକରଣ କରିଥିବା ପ୍ରଥମ ଏବଂ ଏକ କୋଟିତମ ହିତାଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଅକ୍ଟୋବର ୭ ତାରିଖରେ ପରୀକ୍ଷା ମୂଳକ ଭାବେ ହିତାଧିକାରୀଙ୍କ ଆକାଣ୍ଟକୁ ଟଙ୍କାଟିଏ ପଠାଯାଇଥିଲା। ଯେଉଁମାନେ ଟଙ୍କାଟିଏ ପାଇଥିଲେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବୁଧବାର ଦିନ ୪,୯୯୯ ଟଙ୍କା ଆସିଥିଛି। ଯେଉଁମାନେ ଟଙ୍କାଟିଏ ପାଇନଥିଲେ ସେମାନଙ୍କ ପାଖରୁ ୫ ହଜାର ଟଙ୍କା ଆସିଛି। ସନ୍ଧ୍ୟା ସୁଦ୍ଧା ସମସ୍ତ ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

ଗତ ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶାରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାରେ ୫,୦୦୦ ଟଙ୍କା ଲେଖାଏଁ ଯାଇଥିଲା। ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବେ।  

ସୁଭଦ୍ରା ଯୋଜନାରେ ୫ ବର୍ଷରେ ୫୦ ହଜାର ଟଙ୍କା ପାଇବେ ଯୋଗ୍ୟ ହିତାଧିକାରୀ। ଏହି ଟଙ୍କା ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

Tags: #Odisha #SubhadraYojana #OdishaGovt #SubhadraYojanaMoney #CMMohanCharanMajhi

LEAVE A REPLY

Please enter your comment!
Please enter your name here