ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ‘ରେରା’ ଆଇନରେ ହେବ ପରିବର୍ତ୍ତନ। ଏହି ଆଇନକୁ ଆହୁରି ସରଳ କରାଯିବ। ଏବେ ଲୋକେ ସେମାନଙ୍କ ଜମିର କିଛି ଅଂଶ ମଧ୍ୟ ବିକି ପାରିବେ। ରାଜସ୍ୱ ବିଭାଗ ସହ ଆଲୋଚନା ପରେ ନିଆଯିବ ନିଷ୍ପତ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ।

“ରେରା ଆଇନର ବିଭିନ୍ନ ନିୟମ ପାଇଁ ଲୋକେ ଅସୁବିଧା ସମୟରେ ନିଜ ଜମି ବିକ୍ରି କରି ପାରୁନାହାନ୍ତି। ଏଥିରେ ଅନେକ ସମୟ ଲାଗୁଛି। ଆମେ ଏହି ନିୟମରେ ପରିବର୍ତ୍ତନ କରିବୁ। ଲୋକେ ସେମାନଙ୍କ ଜମିର କିଛି ଅଂଶ ମଧ୍ୟ ବିକି ପାରିବା ନେଇ ଏଥିରେ ପ୍ରାବଧାନ ରହିବ। ଏନେଇ ରାଜସ୍ୱ ବିଭାଗ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ”, କହିଛନ୍ତି ସୁରେଶ ପୂଜାରୀ।

ରାଜସ୍ଵ ମନ୍ତ୍ରୀ ସୋମବାର ସମ୍ବଲପୁର ସବ ରେଜିଷ୍ଟ୍ରାର (ଡିଏସଆର୍) ଅଫିସ ଗସ୍ତ ସମୟରେ ରେରା ଆଇନରେ ପରିବର୍ତ୍ତନ ନେଇ କହିଥିଲେ। ଏହି ଅବସରରେ ସେ ଅଧିକାରୀମାନଙ୍କୁ ତାଗିଦ୍ କରିବା ସହ ଲୋକଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ।

ଅନ୍ୟପଟେ ରାଜସ୍ଵ ମନ୍ତ୍ରୀ ଜମି ଦଲାଲମାନଙ୍କୁ ଚେତାବନୀ ଦେଇଥିଲେ। କାମ ନଥାଇ ବାରମ୍ବାର ଅଫିସକୁ ଆସିଲେ ସେମାନଙ୍କୁ ଧରାଯିବ ଓ ସିସିଟିଭି ଫୁଟେଜ ଆଧାରରେ ଫଟୋ ଚିହ୍ନଟ କରି ଡିଏସଆର୍ ଅଫିସ କାନ୍ଥରେ ଲଗାଯିବ ବୋଲି ସେ କହିଥିଲେ।

ଏହା ସହ ଅଫିସକୁ ରେଜିଷ୍ଟ୍ରି ପାଇଁ ଆସୁଥିବା ଲୋକଙ୍କ ଏକ ତାଲିକା ରଖି ଫିଡବ୍ୟାକ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ। 

Tags: #RERAAct #LandSale #SureshPujari #RevenueDept #Odisha

LEAVE A REPLY

Please enter your comment!
Please enter your name here