ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ ପଶ୍ଚିମ-ମୌସୁମୀ ବାୟୁ ଓଡ଼ିଶାରୁ ବିଦାୟ ନେଉଛି। ରବିବାର ବିଭିନ୍ନ ଜିଲାରୁ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି। ପାଗ ଅନୁକୂଳ ରହିଥିବାରୁ ଆଗାମୀ ୨ ଦିନ ମଧ୍ୟରେ ସବୁ ଜିଲ୍ଲାରୁ ମୌସୁମୀ ଫେରିଯିବ ବୋଲି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ତେବେ ଚଳିତବର୍ଷ ସ୍ଵାଭାବିକ ସମୟର ବିଳମ୍ବରରେ ମୌସୁମୀ ଫେରୁଛି। ଉତ୍ତର ଓ ଉପକୂଳ ଓଡ଼ିଶାର ସବୁ ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଛି। ଆଗାମୀ ୫ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ସାଧାରଣତଃ ସେପ୍ଟେମ୍ୱର ଶେଷ ଭାଗରେ ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଫେରିଥାଏ। ହେଲେ ଏଥର ଅକ୍ଟୋବର ମଧ୍ୟ ଭାଗରେ ମୌସୁମୀ ଫେରୁଛି। 

ଜୁନ୍ ୮ ତାରିଖରେ ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚିଥିଲା। ଏହା ପ୍ରଭାବରେ ମାଲକାନଗିରି ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା। ପରେ ଏହା ଧୀରେ ଧୀରେ ରାଜ୍ୟର ସବୁ ଜିଲ୍ଲାକୁ ଛୁଇଁଥିଲା।

Tags:  #Weather #Monsoon #Rainfall #MCBBSR #Odisha

LEAVE A REPLY

Please enter your comment!
Please enter your name here