ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ। ମହାରାଷ୍ଟ୍ରରେ ନଭେମ୍ବର ୨୦ରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ଝାଡ଼ଖଣ୍ଡରେ ନଭେମ୍ବର ୧୩ ଓ ୨୦ତାରିଖରେ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ଏହାପରେ ନଭେମ୍ବର ୨୩ ତାରିଖରେ ଉଭୟ ରାଜ୍ୟରେ ଭୋଟ ଗଣତି ହେବା ପାଇଁ ଧାର୍ଯ୍ୟ ହୋଇଛି। ଏନେଇ ଭାରତର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସାମ୍ବାଦିକ ସମ୍ମଳିନୀ କରି ଘୋଷଣା କରିଛନ୍ତି।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଅକ୍ଟୋବର ୨୨ ତାରିଖରେ ବିଜ୍ଞପ୍ତି ଜାରି କରାଯିବ। ଅକ୍ଟୋବର ୨୯ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଛି। ଅକ୍ଟୋବର ୩୦ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ସେହିପରି ନଭେମ୍ବର ୪ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ନିର୍ଦ୍ଧାରଣ କରାଯାଇଛି।

ସେହିପରି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଅକ୍ଟୋବର ୧୮ ତାରିଖରେ ବିଜ୍ଞପ୍ତି ଜାରି ହେବ। ଅକ୍ଟୋବର ୨୫ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଛି। ଅନ୍ୟପଟେ ଝାଡ଼ଖଣ୍ଡରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଅକ୍ଟୋବର ୨୨ ତାରିଖରେ ବିଜ୍ଞପ୍ତି ଜାରି କରାଯିବ। ଅକ୍ଟୋବର ୨୯ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଛି।

ମହାରାଷ୍ଟ୍ରରେ ୨୮୮ଟି ବିଧାନସଭା ଆସନ ରହିଛି। ଏଠାରେ ପ୍ରାୟ ୯ କୋଟି ୬୩ ଲକ୍ଷ ମତଦାତା ରହିଛନ୍ତି। ସେହିପରି ଝାଡ଼ଖଣ୍ଡରେ ୮୧ଟି ବିଧାନସଭା ଆସନ ରହିଥିବାବେଳେ ମୋଟ ୨.୬ କୋଟି ମତଦାତା ରହିଛନ୍ତି।

Tags: #AssemblyElections #Maharashtra #Jharkhand #ECI #India

LEAVE A REPLY

Please enter your comment!
Please enter your name here