ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରରେ ଭାରତୀୟ କୋଷ୍ଟଗାର୍ଡ ଡିଆଇଜିଙ୍କୁ ଦୁର୍ବ୍ୟବହାର ମାମଲା ସାମ୍ନାକୁ ଆସିଛି। ଗୁରୁବାର ରାତିରେ କୋଷ୍ଟଗାର୍ଡ ଡିଆଇଜି ସତ୍ୟରଞ୍ଜନ ଦାସ ଓ ତାଙ୍କ ପତ୍ନୀଙ୍କୁ ରାଜରାସ୍ତାରେ ଅସଦାଚରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏହି ମାମଲାରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି।

କୋଷ୍ଟଗାର୍ଡ ଡିଆଇଜି ସତ୍ୟରଞ୍ଜନ ଦାସ ଓ ତାଙ୍କ ପତ୍ନୀ ଗୁରୁବାର ରାତିରେ ନୟାପଲ୍ଲୀ ବେହେରା ସାହି କଳିଙ୍ଗ ଷ୍ଟାଡିୟମ୍ ରାସ୍ତାରେ କାରରେ ଯାଉଥିଲେ। ସେହି ସମୟରେ ଡିଆଇଜିଙ୍କ କାର ସାମ୍ନାରେ ଏକ ବାଇକ ରଖି ସାଇଟ୍ ଦେବା ପାଇଁ ଇସାରା ଦେଇଥିଲେ ୨ଜଣ ଯୁବକ। ଏହାପରେ ସେମାନେ ଡିଆଇଜିଙ୍କୁ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିଲେ।

ଏହି ଘଟଣା ପରେ ଡିଆଇଜି ସତ୍ୟରଞ୍ଜନ ଦାସ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଥିଲା।

ଘଟଣାର ଖବର ପାଇ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହ ନୟାପଲ୍ଲୀ ଥାନାରେ ପହଞ୍ଚିଥିଲେ। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଭାରତପୁର ଥାନା ଘଟଣାକୁ ଦୃଷ୍ଟିରେ ରଖି ଏହି ମାମଲାକୁ ଗୁରୁତ୍ଵ ଦେଇଛି ପୋଲିସ।

Tags: #CoastGuardDIG #Misbehavior #Bhubaneswar #Odisha

LEAVE A REPLY

Please enter your comment!
Please enter your name here