ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବ୍ରେନ୍‌ ଷ୍ଟ୍ରୋକ୍‌ ପରେ ବ୍ୟକ୍ତି ପୂର୍ବଭଳି କାର୍ଯ୍ୟ କରିପାରେ ନାହିଁ, କଥା କହିପାରେ ନାହିଁ, ନିଜ କାମ ନିଜେ କରିପାରେ ନାହିଁ। ତେଣୁ ଷ୍ଟ୍ରୋକ୍‌ ପରବର୍ତ୍ତୀ ପରିଚାଳନାର ବିଶେଷ ଗୁରୁତ୍ୱ ରହିଛି।

ଷ୍ଟ୍ରୋକ୍‌ ପରେ ଫିଜିଓଥେରାପି, ସ୍ପିଚ୍‌ ଥେରାପି ଭଳି ଅକ୍ୟୁପେସ୍‌ନାଲ ଥେରାପିର ଆବଶ୍ୟକତା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଡାକ୍ତର କୁହନ୍ତି।

ବର୍ତ୍ତମାନ ସମୟରେ ସାରା ଦୁନିଆରେ ‘ଷ୍ଟ୍ରୋକ’ ଏକ ବଡ଼ ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ଉଭା ହୋଇଛି। ଅଣ ସଂକ୍ରାମକ ରୋଗ କ୍ଷେତ୍ରରେ ‘ଷ୍ଟ୍ରୋକ’ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ପାଲଟୁଛି। ଏ ବିଷୟରେ ଅଧିକ ସଚେତନତା ପାଇଁ ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖକୁ ବିଶ୍ଵ ଷ୍ଟ୍ରୋକ ଦିବସ ଭାବେ ପାଳନ କରାଯାଉଛି।

ବ୍ରେନ୍ ଷ୍ଟ୍ରୋକ୍ ପରେ ଅକ୍ୟୁପେସ୍‌ନାଲ ଥେରାପି କେତେ ଆବଶ୍ୟକ, ଆସନ୍ତୁ ସେ ସମ୍ପର୍କରେ ଅକ୍ୟୁପେସ୍‌ନାଲ ଥେରାପିଷ୍ଟ ପ୍ରଜ୍ଞା ସିଂଙ୍କଠାରୁ ଅଧିକ ଜାଣିବା।

Tags: #OccupationalTherapy #physiotherapy #Brainstroke #worldstrokeday#Doctorsadvice #treatment #odiahealthtips #Doctorsadvice #treatment

Comment