ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ପୌରସଂସ୍ଥାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ। ସୋମବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ ସେ ସମସ୍ତ ପୌରସଂସ୍ଥାର ପ୍ରସ୍ତୁତି ସମୀକ୍ଷା କରିଥିଲେ।

ବୈଠକରେ ପୌର ପ୍ରଶାସନ ନିର୍ଦ୍ଦେଶକ, ସ୍ଵତନ୍ତ୍ର ସଚିବ, ଅତିରିକ୍ତ ସଚିବ, ୫ଟି ମହାନଗର ନିଗମର କମିଶନର, ସମସ୍ତ ପୌରପାଳିକା ଓ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସହ ନିରନ୍ତର ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରିବା ସହ ତୁରନ୍ତ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଉଷା ପାଢ଼ୀ।

ବାତ୍ୟା ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ୟୁଏଲବିମାନଙ୍କୁ ସେ ନିବେଦନ କରିଛନ୍ତି। ବିଶେଷ କରି ବାତ୍ୟା ପୂର୍ବରୁ ଏବଂ ପରେ ନିରବଚ୍ଛିନ୍ନ ଭାବେ ପାନୀୟ ଜଳ ଯୋଗାଇ ଦେବାକୁ ସେ କହିଛନ୍ତି।

ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ପଦକ୍ଷେପ ନେବାକୁ ବୈଠକରେ ଆଲୋଚନା ହୋଇଛି। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଲାଗି ଶୀଘ୍ର ଟିମ୍ ଗଠନ କରିବା ସହ ନୋଡାଲ ଅଫିସରମାନଙ୍କୁ ସଜାଗ ରହିବାକୁ ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଛନ୍ତି।  

Tags: #Cyclone #CycloneReviewMeeting #UshaPadhi #Odisha #OdishaGovt #CycloneUpdates

LEAVE A REPLY

Please enter your comment!
Please enter your name here