ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀପାବଳିରେ ଭୁବନେଶ୍ଵରରେ ବାଣ ବିକ୍ରି ପାଇଁ ଗାଇଡଲାଇନ ଜାରି ହୋଇଛି। ଏଥର ସହରର ୨୫ଟି ସ୍ଥାନରେ ଅସ୍ଥାୟୀ ବାଣ ବଜାର ଖୋଲିବା ପାଇଁ ଅନୁମତି ଦିଆଯାଇଛି। ଏନେଇ ସୋମବାର ଭୁବନେଶ୍ୱର ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି।
“ଭୁବନେଶ୍ଵରରେ ଅସ୍ଥାୟୀ ବାଣ ଦୋକାନ ପାଇଁ ୪୬୫ରୁ ଅଧିକ ଆବେଦନ ଆସିଛି। ସେଥିମଧ୍ୟରୁ ୨୦୦ରୁ ଅଧିକ ଦୋକାନୀଙ୍କୁ ଅନୁମତି ଦିଆଯାଇଛି। କୌଣସି ଦୋକାନରେ ୩୦୦ କେଜିରୁ ଅଧିକ ବାଣ ରଖାଯାଇପାରିବ ନାହିଁ। ବାଣ ଦୋକାନ ମଧ୍ୟରେ ଅତି କମରେ ୫୦ ଫୁଟ୍ ଦୂରତା ରହିବା ଆବଶ୍ୟକ”, କହିଛନ୍ତି ପିନାକ ମିଶ୍ର।
ସେହିପରି ଦୋକାନ ଆଗରେ ଫାଙ୍କା ସ୍ଥାନ ରହିବ। ଗାଇଡଲାଇନ ଅନୁଯାଇ ବାଣ ଦୋକାନ କରିବାକୁ ଦୋକାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାଣ ଦୋକାନ ଯାଞ୍ଚ ପାଇଁ ବିଭିନ୍ନ ବିଭାଗକୁ ନେଇ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଛି।
ଅନ୍ୟପଟେ ବେଆଇନ ଭାବେ ଗଚ୍ଛିତ ବାଣ ଜବତ ପାଇଁ ପୋଲିସ ପକ୍ଷରୁ ଚଢ଼ଉ କରାଯାଉଛି। ଏ ଯାଏଁ ପ୍ରାୟ ୨୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବାଣ ଜବତ କରାଯାଇଛି।
Tags: #Diwali #FirecrackersSale #SafetyMeasures #Bhubaneswar #Odisha


















