ଓଡ଼ିଶାଲାଇଭ୍ ବ୍ୟୁରୋ

କେରଳର କାଶରଗୋଡରେ ଦୀପାବଳି ପୂର୍ବରୁ ବଡ଼ ଧରଣର ବାଣ ବିସ୍ଫୋରଣ ହୋଇଛି। ସ୍ଥାନୀୟ ବିରାକାଭୁ ମନ୍ଦିରରେ ସୋମବାର ବିଳମ୍ବିତ ରାତିରେ ଚାଲିଥିବା ଉତ୍ସବ ସମୟରେ ଏହି ଅଘଟଣ ଘଟିଛି। ଏଥିରେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଆହତମାନଙ୍କୁ କାସରଗୋଡ, କୁନ୍ନୁର ତଥା ମାଙ୍ଗଲୋରର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୀପାବଳି ପାଇଁ ବିରାକାଭୁ ମନ୍ଦିରରେ ଦୁଇଦିନ ଧରି ଏକ ଉତ୍ସବ ଚାଲିଥିଲା। ଉତ୍ସବ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଜମିଥିଲା। ଉତ୍ସବ ଅବସରରେ ବାଣ ଫୁଟା ଯାଉଥିଲା। ଏହି ସମୟରେ ଏକ ବାଣ ଆତସବାଜି ରଖାଯାଇଥିବା ଘରେ ପଡ଼ି ଯାଇଥିଲା। ଫଳରେ ସବୁ ବାଣ ଏକକାଳୀନ ଫୁଟିବା ସହ ଭୟଙ୍କର ବିସ୍ଫୋରଣ ହୋଇଥିଲା।

ବିସ୍ଫୋରଣ ପରେ ଉତ୍ସବ ସ୍ଥଳରେ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଥିଲା। ନିଆଁକୁ ଦେଖି ଲୋକେ ଜୀବନ ବିକଳରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ଏଥିରେ ଅନେକ ଲୋକ ଦଳାଚକଟାର ଶିକାର ମଧ୍ୟ ହୋଇଥିଲେ।

ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମନ୍ଦିର ସମିତିର ୨ ଜଣ ସଦସ୍ୟଙ୍କୁ ଗିରଫ କରି ଜେରା କରାଯାଉଛି।

ସୂଚନା ଅନୁସାରେ, ମନ୍ଦିର କର୍ତ୍ତୃପକ୍ଷ ଉତ୍ସବ ପାଇଁ ଅନେକ ପରିମାଣରେ ବାଣ କିଣି ଏହି ଘରେ ଗଚ୍ଛିତ ରଖିଥିଲେ। ବାଣ ଫୁଟାଇବା ପାଇଁ ସ୍ଥାନୀୟ ପୋଲିସଠାରୁ ଅନୁମତି ଅଣାଯାଇନଥିଲା। ଏହି ଉତ୍ସବ ମଙ୍ଗଳବାର ରାତିରେ ଶେଷ ହେବାର ଥିଲା, ହେଲେ ତା’ ପୂର୍ବରୁ ଏପରି ଅଘଟଣ ଘଟିଛି।

Tags: #CrackerBrust #People #FireIncident #Kasargod #Kerela

LEAVE A REPLY

Please enter your comment!
Please enter your name here