ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ବାର୍‌ମାନଙ୍କରେ ହୋଇପାରିବନି ଡ୍ୟାନ୍ସ, କେବଳ ଗୀତ ଗାଇବାକୁ ମିଳିବ ଅନୁମତି। ଆଇନରେ ଖିଲାପ ହେଲେ ରଦ୍ଦ ହେବ ବାର୍‌ ଲାଇସେନ୍ସ। ଶୁକ୍ରବାର ଦିନ ଏହା କହିଛନ୍ତି ଅବକାରୀ ତଥା ଆଇନ ବିଭାଗ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ।

ବାରଗୁଡ଼ିକ ପାଇଁ ଶୁକ୍ରବାର ଦିନ ଅବକାରୀ ବିଭାଗ ପକ୍ଷରୁ ‘ଓଡ଼ିଶା ଅବକାରୀ (ସଂଶୋଧନ) ନିୟମ ୨୦୨୪’ ବିଜ୍ଞପ୍ତି ଜାରି କରାଯାଇଛି। ଓଡ଼ିଶା ଅବକାରୀ ଆଇନ ୨୦୧୭ରେ କେତେକ ସଂଶୋଧନ କରିଛନ୍ତି ରାଜ୍ୟ ସରକାର।

ନୂଆ ନିୟମ ଅନୁସାରେ ବାର୍‌ରେ ଡ୍ୟାନ୍ସକୁ ମିଳିବ ନାହିଁ ଅନୁମତି। ଯେଉଁ ବାର୍‌ଗୁଡ଼ିକରେ ଏହି ନିୟମର ଉଲ୍ଲଂଘନ କରାଯିବ ସେମାନଙ୍କ ଲାଇସେନ୍ସ ରଦ୍ଦ କରିବେ ରାଜ୍ୟ ସରକାର। ଏପରିକି କେତେ ଡେସେବଲ ଭିତରେ ମ୍ୟୁଜିକ ବାଜିବ ସେ ସମ୍ପର୍କରେ ଡାଇଡଲାଇନରେ ଉଲ୍ଲେଖ କରାଯାଇଛି। ଓଡ଼ିଆ ଅସ୍ମିତା ଓ ସଂସ୍କୃତି ବିରୋଧୀ କାର୍ଯ୍ୟକୁ ଓଡ଼ିଶାରେ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

Tags: #ExciseDeptOdisha #OdishaGovt #Bar #NewRulesforBar #Odisha #NoDanceinBar

Comment