ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଫକୀର ମୋହନ ବିଶ୍ଵବିଦ୍ୟାଳୟର କ୍ରୀଡ଼ା ପରିଷଦ ଦ୍ଵାରା ଦିନିକିଆ ଆନ୍ତଃମହାବିଦ୍ୟାଳୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।
ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏହି ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରି ୧୫ଟି ଦଳର ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଉତ୍ତମ ପ୍ରଦର୍ଶନ ପାଇଁ ଉତ୍ସାହିତ କରିଥିଲେ। ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ଓ ପିଇଓ ସଂଗ୍ରାମ ବିଶୋଇ ଏହି ଅବସରରେ ଉପସ୍ଥିତ ଥିଲେ।
ଅଂଶ ଗ୍ରହଣ କରିଥିବା ମହାବିଦ୍ୟାଳୟମାନଙ୍କ ମଧ୍ୟରେ ୧୪ଟି ମ୍ୟାଚ୍ ଖେଳାଯାଇଛି। ଏଥିରେ ଚୟନ ହୋଇଥିବା ଦଳ ନଭେମ୍ବର ୧୯ ତାରିଖରେ ବାରିପଦା ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତଃବିଶ୍ୱବିଦ୍ୟାଳୟ ଭଲିବଲ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ।
କ୍ରୀଡ଼ା ପରିଷଦର ନିର୍ଦ୍ଦେଶକ ଡକ୍ଟର ପବିତ୍ର ମୋହନ ନାୟକ, ଉପନିର୍ଦ୍ଦେଶକ ଡକ୍ଟର ଅମିତ କୁମାର ଶର୍ମା ଓ ପିଇଓ ସଂଗ୍ରାମ ବିଶୋଇ ଏହି ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ।
Tags: #InterCollegeVolleyballTournament #FakirmohanUniversity #Balasore #Odisha