ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ପ୍ରତୀକ୍ଷା ପରେ ଆସିବାକୁ ଯାଉଛି ‘ଦ ସାବରମତୀ ରିପୋର୍ଟ’ ଫିଲ୍ମ। ଏବେ ଏହାର ଟ୍ରେଲର ରିଲିଜ ହୋଇଛି। ଏଥିରେ ଭାରତ ଇତିହାସର ଏକ ଚକିତ କଲା ପରି ପ୍ରଭାବଶାଳୀ ଘଟଣାର ଝଲକ ଦେଖିବାକୁ ମିଳିବ। ଏହି ଟ୍ରେଲର ଏବେ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି।

୨୦୦୨ ଫେବ୍ରୁଆରି ୨୭ ତାରିଖରେ ଗୁଜରାଟର ଗୋଧରା ଷ୍ଟେସନରେ ସାବରମତୀ ଏକ୍ସପ୍ରେସ ପୋଡ଼ି ଓ ଏହା ପରେ ହୋଇଥିବା ଘଟଣାକୁ ନେଇ ନିର୍ମିତ ଫିଲ୍ମ ‘ଦ ସାବରମତୀ ରିପୋର୍ଟ’। ଏହାର ଟ୍ରେଲରରେ ଫିଲ୍ମର ଏକ ସଂକ୍ଷେପ ଝଲକ ଦେଖିବାକୁ ମିଳିଛି।

ଫିଲ୍ମରେ ବିକ୍ରାନ୍ତ ମେସୀ, ରାଶୀ ଖନ୍ନା ଏବଂ ରିଦ୍ଧି ଡୋଗରାଙ୍କୁ ସାମ୍ବାଦିକଙ୍କ ଭୂମିକାରେ ଦେଖିବାକୁ ମିଳିବ। ହିନ୍ଦୀ ଭାଷା ଏବଂ ଇଂରାଜୀ ପ୍ରତ୍ରକାରଙ୍କ ବିଚାରଧାରା ମଧ୍ୟରେ ଥିବା ପାର୍ଥକ୍ୟକୁ ସାମ୍ନାକୁ ଆଣିଛି। ସେମାନଙ୍କ ମଧ୍ୟରେ ମତ ପାର୍ଥକ୍ୟ ବି ବେଶ ମନୋରଞ୍ଜନର ଖୋରାକ ଯୋଗାଇବ।

ତେବେ ଟ୍ରେଲରରୁ ଯାହା ଜଣାପଡୁଛି, ଫିଲ୍ମଟି ଲୋକଙ୍କ ଉପରେ ଗଭୀର ପ୍ରଭାବ ପକାଇବା ସମ୍ଭାବନା ରହିଛି। ଏହା ଏକ ହୃଦୟ ବିଦାରକ ଘଟଣାର ସତ୍ୟତା ସାମ୍ନାକୁ ଆଣିବ ଏବଂ ଦର୍ଶକଙ୍କୁ ସଚେତନ ବି କରିବ ବୋଲି ସିନେ ସମୀକ୍ଷକମାନେ କହିଛନ୍ତି।

ଟ୍ରେଲର ରିଲିଜ କରିବା ପରେ ନିର୍ମାତା ଲେଖିଛନ୍ତି, “ଇତିହାସ ସାକ୍ଷୀ ଅଛି, ଦେଶ ହେଉ ବା ମଣିଷ, ଲହୁଲୁହାଣ ହୋଇ ବି ନିଜକୁ ସମ୍ଭାଳେ। ମିଛ ଯେତେ ବାଟ ଲମ୍ବିଲେ ବି କେବଳ ସତ ହିଁ ତାକୁ ବଦଳାଇ ପାରିବ।”

ବାଲାଜୀ ମୋସନ ପିକ୍ଚର୍ସ, ବାଲାଜୀ ଟେଲିଫିଲ୍ମସ୍ ଲିମିଟେଡର ଏକ ଡିଭିଜନ ଏବଂ ବିକିର ଫିଲ୍ମସ ପ୍ରଡକ୍ସନ ଦ୍ୱାରା ପ୍ରସ୍ତୁତ ହୋଇଛି ଫିଲ୍ମ ‘ଦ ସାବରମତୀ ରିପୋର୍ଟ’। ଏହା ଏମିତି ଏକ ଘଟଣା ଉପରେ ଆଧାରିତ ଯାହା ଭାରତର ସାମାଜିକ ଏବଂ ସଂସ୍କୃତିକ ଛବିକୁ ବଦଳେଇ ଦେଇଥିଲା। ଅନେକ ଜୀବନକୁ ପ୍ରଭାବିତ କରିଥିଲା।

ଧୀରଜ ସରନାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଶୋଭା କପୁର, ଏକତା କପୁର, ଅମୁଲ ଭି ମୋହନ ଏବଂ ଅଂଶୁଲ ମୋହନଙ୍କ ଦ୍ୱାରା ପ୍ରଯୋଜିତ ହୋଇଛି। ଏହି ଫିଲ୍ମ ୨୦୨୪ ନଭେମ୍ବର ୧୫ ତାରିଖରେ ରିଲିଜ ହେବ। 

Tags: #TheSabarmatiReport #Trailer #Film #Entertainment #India

LEAVE A REPLY

Please enter your comment!
Please enter your name here