ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଆସନ୍ତା ଡିସେମ୍ବର ୧ରୁ ୮ ତାରିଖ ପର୍ଯ୍ୟନ୍ତ ମାଲେସିଆରେ ହେବାକୁ ଯାଉଛି ‘ଦଶମ ଏସିଆ ପାସିଫିକ ଡିଫ ଗେମ୍ସ-୨୦୨୪’। ଏଥିରେ ଭାରତୀୟ ଦଳରୁ ପ୍ରତିନିଧିତ୍ଵ କରିବାକୁ ଯାଉଥିବା ବାଲେଶ୍ଵର ଜିଲ୍ଲାର ଭିନ୍ନକ୍ଷମ ଜୁଡୋ ଖେଳାଳି ସମ୍ବିଦ ଦାସଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ବୁଧବାର ଦିନ ସମ୍ବିଦଙ୍କୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି। ଏହା ସହ ଜିଲ୍ଲାପାଳ ସମ୍ବିଦଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ।

ଏହି ଅବସରରେ ବାଲେଶ୍ୱର ଜିଲ୍ଲା କ୍ରୀଡ଼ା ସଂଘର ସଭାପତି ଅଦୀପ୍ତ ଦାସ, ସମ୍ପାଦକ ଅଭୟ କୁମାର ମହାପାତ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସମ୍ବିଦ ଦାସଙ୍କ ଘର ବାହାନଗା ବ୍ଲକ ନୂଆପୁର ପଞ୍ଚାୟତର ପିଞ୍ଛାପଲି ଗ୍ରାମରେ। ସମ୍ବିଦ ନଭେମ୍ବର ୧୫ ତାରିଖରୁ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ପ୍ରଶିକ୍ଷଣ ଶିବିରରେ ରହିବେ। ଏହା ପରେ ସେଠାରୁ ସେ ମାଲେସିଆ ଗସ୍ତ କରିବେ।

Tags: #JudoPlayer #PhysicallyChallengedJudoPlayer #AsiaPacificDeafGames2024 #Balasore #FinancialAssistance

LEAVE A REPLY

Please enter your comment!
Please enter your name here