ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ପେଶାଲ ଅଲିମ୍ପକ ଭାରତର (ଏସ୍ଓବି) ଓଡ଼ିଶା ଶାଖା ପକ୍ଷରୁ ନିଜର ତୃତୀୟ କ୍ରୀଡ଼ା କେନ୍ଦ୍ର କେନ୍ଦୁଝରର ସଦଭାବନା ସଂସ୍ଥାର ପ୍ରୟାସ ସେବା ଗ୍ରାମରେ ଉଦଘାଟନ କରାଯାଇଛି। ଗୁରୁବାର ଜେଡ୍ ଇଷ୍ଟେଟ ପ୍ରାଇଭେଟ୍ ଲିମିଟେଡ ସହଯୋଗରେ ଓ ଭୁବନେଶ୍ଵରସ୍ଥିତ ଓପନ୍ ଲର୍ଣ୍ଣିଂ ସିଷ୍ଟମସ୍ ସହାୟତାରେ ଏହି କ୍ରୀଡ଼ା କେନ୍ଦ୍ର ଆରମ୍ଭ କରାଯାଇଛି।

କେନ୍ଦୁଝର ଓ ଏହାର ଆଖପାଖର ୧୮୦ ବୌଦ୍ଧିକ ଭିନ୍ନକ୍ଷମ କ୍ରୀଡ଼ାବିତ୍ ଏବଂ ୫୦ ସାଧାରଣ କ୍ରୀଡ଼ାବିତ ଏହି ସେଣ୍ଟରର ସୁବିଧା ନେଇପାରିବେ। ସେଣ୍ଟରରେ ବିଶ୍ଵ ସ୍ତରୀୟ କ୍ରୀଡ଼ା ସରଞ୍ଜ।ମ ରହିଛି। ଏହି କେନ୍ଦ୍ରକୁ ଜାତୀୟ ସ୍ତରର କ୍ରୀଡା ପ୍ରତିଯୋଗିତାରେ ପ୍ରତିନିଧିତ୍ଵ କରିଥିବା ଏକ ଭିନ୍ନକ୍ଷମ କ୍ରୀଡ଼ାବିତମାନେ କରିବେ।

ଉଦଘାଟନୀ ଅବସରରେ ଛାତ୍ରଛାତ୍ରୀମାନେ ଅତିଥିମାନଙ୍କ ସମ୍ମୁଖରେ ଦୌଡ଼, ବ।ସ୍କେଟବଲ, ଫୁଟବଲ୍, ସଫ୍ଟବଲ୍ ଥ୍ରୋ ଓ କର୍ନ ହୋଲ୍ ଖେଳ ପ୍ରଦର୍ଶନ କରିଥିଲେ।

ଓଡ଼ିଶାରେ ସ୍ପେଶାଲ ଆଲିମ୍ପିକ୍ ଭାରତର ପ୍ରଥମ କ୍ରୀଡ଼ା କେନ୍ଦ୍ର ବଲାଙ୍ଗିରର ସଇଁତଳାଠାରେ ସ୍ଥାପିତ ହୋଇଥିଲା। ଏହାପରେ ଦ୍ୱିତୀୟ କେନ୍ଦ୍ର ଭୁବନେଶ୍ୱରର ଗାଡ଼କଣଠାରେ ସ୍ଥାପିତ ହୋଇଥିଲାବେଳେ ତୃତୀୟ କେନ୍ଦ୍ର ସଦଭାବନା ସଂସ୍ଥାର କେନ୍ଦୁଝରସ୍ଥିତ ପ୍ରୟାସ ସେବା ଗ୍ରାମରେ ଉଦଘାଟିତ ହୋଇଛି।

ଏହି ଉଦଘାଟନୀ ଉତ୍ସବରେ ସଦଭାବନାର ସଭାପତି ବିଧୁ ଭୂଷଣ ପଟ୍ଟନାୟକ ଓ ସ୍ପେଶାଲ ଆଲିମ୍ପିକ୍ ଭାରତର ପ୍ରଶିକ୍ଷକ ଦୀପ୍ତି ପ୍ରକାଶ ମହାରଣା ଏବଂ ପୁଷ୍ପାଞ୍ଜଳି ଖୁଣ୍ଟିଆ ଅତିଥି ଭାବେ ଯୋଗ ଦେଇଥିଲେ।

Tags: #SpecialOlympicsBharat #SportsCenter #Sadbhabana #Kendujhar

LEAVE A REPLY

Please enter your comment!
Please enter your name here