ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା ରେମୁଣାସ୍ଥିତ ନୋସି ପାର୍କଠାରେ ‘ଧୁଲ୍ କେ ଫୁଲ୍-୨୦୨୪’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ରେମୁଣା ସହରର ବସ୍ତି ଅଞ୍ଚଳରେ ବସବାସ କରୁଥିବା କୁନିକୁନି ପିଲାମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ‘ଧୂଲ୍ କେ ଫୁଲ୍’ର ଜନ୍ମ। ଆର୍ଥିକ ଅନଗ୍ରସର ବର୍ଗର ପିଲାମାନେ ନିଜ ପ୍ରତିଭା ପ୍ରଦର୍ଶନ ପାଇଁ ଆବଶ୍ୟକୀୟ ସାଧନ କିମ୍ବା ସୁଯୋଗ ପାଆନ୍ତି ନାହିଁ। ପ୍ରତିଭା ଅନ୍ଵେଷଣ ପାଇଁ ‘ଧୂଲ୍ କେ ଫୁଲ୍’ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବା କହିଛନ୍ତି ‘ଯୁବ ବିକାଶ’ର ମୁଖ୍ୟ ଗୋବିନ୍ଦ ବଲ୍ଲଭ ଦଳାଇ।
ଏହି ଅବସରରେ ନୃତ୍ୟ, ସଂଗୀତ ଏବଂ ଚିତ୍ରାଙ୍କନ ଆଦି ପ୍ରତିଯୋଗିତା କରାଯାଇଥିଲା। ୫ରୁ ୧୬ ବର୍ଷ ବୟସର ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ‘ଧୂଲ୍ କେ ଫୁଲ୍’ କାର୍ଯ୍ୟକ୍ରମରେ ନୀଳଗିରିର ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।
‘ଧୂଲ୍ କେ ଫୁଲ୍’ ଏବଂ ‘ଯୁବ ବିକାଶ’ର ମୁଖ୍ୟ ଗୋବିନ୍ଦ ବଲ୍ଲଭ ଦଳାଇଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ କବି ଅଭୟ ଦାସ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଶମ୍ଭୁନାଥ ମହାନ୍ତି, ଅବସର ପ୍ରାପ୍ତ ଜୀବନବୀମା ଅଧିକାରୀ ଦିବାକର ମହାପାତ୍ର, ଚିତ୍ରଶିଳ୍ପୀ କେଶୁ ଦାସ, ସମାଜସେବୀ ବିଜୟ ଦାସ ଅଧିକାରୀ, କାର୍ଯ୍ୟକ୍ରମର ସଂଯୋଜକ ପ୍ରଶାନ୍ତ ପଟେଲ, ଅଶୋକ ଦାସ, ଅସିତ ଦଳାଇ, ସୁବାସ ଖୁଣ୍ଟିଆ, ସତ୍ୟଜିତ୍ ବ୍ରହ୍ମା, ଦେବେନ୍ଦ୍ର କୁମାର ରାଉଳ, ଜଗତ ଜ୍ୟୋତି ମହାନ୍ତି, ସମ୍ବିତ ଖୁଣ୍ଟିଆ, ଧରଣୀଧର ମଦୁଲି ପ୍ରମୁଖ ଯୋଗ ଦେଇଥିଲେ।
Tags: #TalentCompetition #DhulKePhul #Balasore #Remuna #Odisha