ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଝର୍କା ସମ୍ମାନ ୨୦୨୫ ପାଇଁ ଆରମ୍ଭ ହୋଇଛି ମନୋନୟନ ପ୍ରକ୍ରିୟା। ସାହିତ୍ୟ ପତ୍ରିକା ‘ଝର୍କା’ ଇତିମଧ୍ୟରେ ୩୫ ବର୍ଷ ଅତିକ୍ରମ କରିଛି। ଏହି ଅବସରରେ ପ୍ରଥମ ଥର ପାଇଁ ‘ଝର୍କା ସମ୍ମାନ’ ପ୍ରଦାନ କରିବାକୁ ପ୍ରକାଶନ ସଂସ୍ଥା ପକ୍ଷରୁ ନିଷ୍ପତ୍ତି ହୋଇଛି। ଆଗାମୀ ୨୦୨୫ରୁ ପ୍ରତି ବର୍ଷ ଝର୍କା ସମ୍ମାନ ପ୍ରଦାନ କରାଯିବ।
ସାହିତ୍ୟ ଜଗତକୁ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଏହି ସମ୍ମାନ ପାଇଁ ଲେଖକଙ୍କୁ ନିଜର କୃତି ଏବଂ କୀର୍ତ୍ତି ସମ୍ପର୍କରେ ଉଲ୍ଲେଖ କରି ଆବେଦନ କରିବାକୁ ପ୍ରକାଶନ ସଂସ୍ଥା ପକ୍ଷରୁ କୁହାଯାଇଛି।
ଝର୍କା ସମ୍ମାନ ପାଇଁ ଆବେଦନ କରିବା ଲାଗି ଦୁଇଟି ଠିକଣା ରହିଛି। ଏହି ଠିକଣା ଦୁଇଟି ହେଉଛି ସମରେନ୍ଦ୍ରନାଥ ମହାପାତ୍ର, ସମ୍ପାଦକ, ଝର୍କା, ଶ୍ରଦ୍ଧା ପବ୍ଲିକେଶନ୍, ସହଦେବଖୁଣ୍ଟା, ବାଲେଶ୍ଵର ଏବଂ କଟକ ଠିକଣା ହେଉଛି ସମରେନ୍ଦ୍ରନାଥ ମହାପାତ୍ର, ସମ୍ପାଦକ ଝର୍କା, ସେକ୍ଟର-୬, ସିଡିଏ, କଟକ। ଏହା ବ୍ୟତୀତ ୭୦୦୮୩୩୦୭୪୫ ହ୍ଵଟସଆପ୍ ନମ୍ବର କିମ୍ବା ଶ୍ରଦ୍ଧା ପବ୍ଲିକେସନର ଇମେଲ ଜରିଆରେ ଆବେଦନ କରିହେବ।
Tags: #JharkaSamman2025 #Nomination #Balasore #Odisha