ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଚର୍ଚ୍ଚିକ ସୁନ୍ଦରଗଡ଼ କରମଡ଼ିହି ଯାଯାବର ଗଣହତ୍ୟା ମାମଲାରେ ଶନିବାର ଦିନ ୭ ଜଣଙ୍କୁ ଗିରଫ କରାଯାଇଛି। ହତ୍ୟାକାଣ୍ଡର ୨୨ ଦିନ ପରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ସୁନ୍ଦରଗଡ଼ ପୋଲିସ।

ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା କରମଡ଼ିହି ଗୀତପଡ଼ା ନିକଟସ୍ଥ ଏକ ପଡ଼ିଆରେ ଅସ୍ଥାୟୀ ଟେଣ୍ଟ କରି ଯାଯାବର ଅବିନାଶ ପାଓ୍ଵାରଙ୍କ ପରିବାର ରହୁଥିଲେ। ଗତ ଅକ୍ଟୋବର ୨୯ ତାରିଖରେ ରାତିରେ ଶୋଇଥିବା ସମୟରେ ଅନ୍ୟ ଏକ ଯାଯାବର ଗୋଷ୍ଟୀର ଲୋକେ ଅବିନାଶଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ। ଅବିନାଶଙ୍କ ଭଉଣୀ ଛମା ଭୋସଲେ, ଭାଇ ସୁବାସ ପାଓ୍ଵାର, ଜେଜେମା କୁଣ୍ଡି ପାଓ୍ଵାର ମାମୁଁ ଚରଣ କୁମାର ଓ ମାଈଁ କାଇଲା କୁମାରଙ୍କୁ ଅତିନିର୍ମମ ଭାବେ ହତ୍ୟା କରାଯାଇଥିଲା। ଦୁର୍ବୃତ୍ତଙ୍କ ଆକ୍ରମଣରେ ଅବିନାଶ ଏବଂ ତାଙ୍କ ଦୁଇ ଝିଅ ଓ ପୁଅ ଆହତ ହୋଇଥିଲେ।

ମୃତକଙ୍କ ପରିବାରର ଜଣେ ମହିଳା ଓ ୪ ଜଣ ଶିଶୁଙ୍କୁ ଦୁର୍ବୃତ୍ତମାନେ ଅପହରଣ କରି ଫେରାର ହୋଇଯାଇଥିଲେ। ଏହା ପରେ ଅଭିନାଶ ନିଜ ଶଢ଼ୁ କିଛି ସହଯୋଗୀଙ୍କ ସହ ମିଶି ଏହି ହତ୍ୟାକାଣ୍ଡ ଘଟାଇଥିବା ସଦର ଥାନାରେ ଅଭିଯୋଗ କରିଥିଲେ। ପରେ ସୁନ୍ଦରଗଡ଼ ଜିଲ୍ଲା ପୋଲିସ ୨୦ ଜଣିଆ ଟିମ ଗଠନ କରି ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ହତ୍ୟାକାଣ୍ଡର ୨୨ ଦିନ ପରେ ୭ ଜଣ ଅଭିଯୁକ୍ତଙ୍କୁ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରୁ ଗିରଫ କରାଯାଇଛି।

Tags: #Sundargarh #Murder #MassKilling #Odisha #PoliceAction

LEAVE A REPLY

Please enter your comment!
Please enter your name here