ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଭୟଙ୍କର ସଡକ ଦୁର୍ଘଟଣା। ଏଥିରେ ଚାଲିଯାଇଛି ୫ ଜଣ ଡାକ୍ତରଙ୍କ ଜୀବନ। ସମସ୍ତ ଡାକ୍ତର ସୈଫଇ ମେଡିକାଲ ବିଶ୍ଵବିଦ୍ୟାଳୟର।
ମୃତ ଡାକ୍ତରଙ୍କ ସମେତ ୬ ଜଣ ଏକ ଏସୟୁଭି ଗାଡ଼ିରେ ଲକ୍ଷ୍ନୌରୁ ଆଗ୍ରା ଯାଉଥିଲେ। ବୁଧବାର ଭୋର୍ ସମୟରେ ଦ୍ରୁତ ଗତିରେ ଯାଉଥିବା ସମୟରେ ଗାଡ଼ିଟି ଡିଭାଇଡରରେ ପିଟି ହୋଇଯାଇଥିଲା। ଏତେ ଜୋରରେ ପିଟି ହୋଇଥିଲା ଯେ ଗାଡି ରାସ୍ତାର ଅନ୍ୟ ଲେନକୁ ଚାଲି ଯାଇଥିଲା। ଠିକ ସେହି ସମୟରେ ଆସୁଥିବା ଏକ ଟ୍ରକଟି ଏହି ଗାଡ଼ି ଉପରେ ଚଢ଼ି ଯାଇଥିଲା।
କନୌଜର ତିର୍ଭା ଅଞ୍ଚଳରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ଏହି ଭୟଙ୍କର ଦୁର୍ଘଟଣା ହୋଇଥିଲା। ମୃତ ୫ ଜଣ ଡାକ୍ତର ସୈଫଇ ମେଡିକାଲ ବିଶ୍ଵବିଦ୍ୟାଳୟର ପିଜି ଛାତ୍ର ଥିଲେ। ଗାଡିରେ ବସିଥିବା ଅନ୍ୟ ଜଣେ ଡାକ୍ତରଙ୍କ ଅବସ୍ଥା ଗୁରୁତର ଅଛି। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମୃତକମାନେ ଲକ୍ଷ୍ନୌରେ ଏକ ବିବାହ ସମାରୋହରେ ଯୋଗ ଦେବାକୁ ଯାଇଥିଲେ। କାର୍ଯ୍ୟକ୍ରମ ସାରି ସୈଫଇ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।
Tags: #RoadAccident #Death #Agra-LucknowExpressway #UttarPradesh