ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ କମ୍ବାଇନ ହାଇୟର ସେକେଣ୍ଡାରି ଲେଭାଲ (ସିଏଚଏସଏଲ୍) ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ମାଧ୍ୟମରେ ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ଖାଲିଥିବା ୩୨୪ଟି ମୃତ୍ତିକା ସଂରକ୍ଷଣ ଅଧିକାରୀ ପଦବୀ ପୂରଣ ହେବ।
ଏବେ ଓଏସଏସସି ପକ୍ଷରୁ ଏହି ପରୀକ୍ଷା ପାଇଁ ଏବେ ଅନଲାଇନ ଆବେଦନ ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ ଡିସେମ୍ବର ୨୬।
ଆପଣମାନେ ଏହି ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଥିଲେ, ଜାଣନ୍ତୁ କେମିତି କରିବେ ଆବେଦନ।
ପଦବୀ ସଂଖ୍ୟା
- ମୃତ୍ତିକା ସଂରକ୍ଷଣ ଅଧିକାରୀ – ୩୨୪ (ଗ୍ରୁପ୍-ବି)
ଯୋଗ୍ୟତା
- ପ୍ରାର୍ଥୀମାନଙ୍କ ବୟସ ୧୮ରୁ ୩୮ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
- ପ୍ରାର୍ଥୀମାନେ ଯୁକ୍ତ ୨ କିମ୍ବା କୃଷି ସମ୍ବନ୍ଧିତ ବିଷୟରେ ଧନ୍ଦାମୂଳକ ପରୀକ୍ଷା ପାସ୍ କରିଥିବା ଆବଶ୍ୟକ
ଚୟନ ପ୍ରକ୍ରିୟା
ଏହି ସବୁ ପଦବୀ ପାଇଁ ଏସଏସସି ପକ୍ଷରୁ ପ୍ରଥମେ ପ୍ରିଲିମିନାରି ପରୀକ୍ଷା କରାଯିବ। ଏଥିରେ ଭଲ କରିଥିବା ପ୍ରାର୍ଥୀଙ୍କ ନାମକୁ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ମେରିଟ ଲିଷ୍ଟ ବାହାର କରାଯିବ। ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷାରେ ଚୟନ ହୋଇଥିବା ପ୍ରାର୍ଥୀଙ୍କର ସାର୍ଟିଫିକେଟ ଯାଞ୍ଚ କରାଯାଇ ପଦବୀରେ ନିଯୁକ୍ତି ଦିଆଯିବ।
କେମିତି କରିବେ ଆବେଦନ
- ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନର ୱେବସାଇଟ୍ ossc.gov.inକୁ ଯାଆନ୍ତୁ
- ୱେବସାଇଟ୍ ଭିତରେ ସିଏଚଏସଏଲ୍ ରେଜିଷ୍ଟ୍ରେସନ ଅପ୍ସନକୁ କ୍ଲିକ କରନ୍ତୁ
- ରେଜିଷ୍ଟ୍ରେସନ ପରେ ସେଠାରେ ଲଗ ଇନ କରନ୍ତୁ
- ଏହାପରେ ଆପ୍ଲାଏ ଅନଲାଇନ ଅପ୍ସନକୁ କ୍ଲିକ କରନ୍ତୁ
- ଏହାପରେ ପଦବୀଗୁଡ଼ିକ ପାଇଁ ଫର୍ମ ପୂରଣ କରନ୍ତୁ
- ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ
ଏହି ପରୀକ୍ଷା କେବେ ହେବ, ସେନେଇ ଓଏସଏସସି ପକ୍ଷରୁ ଆଗକୁ ସୂଚନା ଦିଆଯିବ। ଏହି ପରୀକ୍ଷା ଓ ପଦବୀ ସମ୍ବନ୍ଧୀୟ ଅଧିକ ସୂଚନା ଓଏସଏସସି ୱେବସାଇଟରେ ଉପଲବ୍ଧ।
Tags: #OSSC #CHSLExamination #OnlineApplication #Employment #GovtofOdisha