ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଆୟୋଜିତ ୪ ଦିନିଆ ପୂର୍ବ ଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ପୁରୁଷ ଖୋ ଖୋ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।
ଗୁରୁବାର ଦିନ ସମସ୍ତ ନକ୍ ଆଉଟ୍ ଓ ଲିଗ୍ ମ୍ୟାଚ୍ ଖେଳାଯାଇ ଫଳାଫଳ ଘୋଷଣା କରାଯାଇଥିଲା। ଯୋଗ୍ୟ ବିବେଚିତ ୪ଟି ଦଳ ଯଥାକ୍ରମେ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଛତିଶଗଡ଼ର ପଣ୍ଡିତ ରବିଶଙ୍କର ବିଶ୍ୱବିଦ୍ୟାଳୟ, ଛତିଶଗଡ଼ର ହେମଚାନ୍ଦ ଯାଦବ ବିଶ୍ୱବିଦ୍ୟାଳୟ ଓ ଭୁବନେଶ୍ୱରର କିଟ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ କ୍ୱାଲିଫାୟର୍ ମ୍ୟାଚ୍ ଖେଳା ଯାଇଥିଲା।
ଏଥିରେ ପ୍ରଥମ ସ୍ଥାନ କିଟ୍ ବିଶ୍ୱବିଦ୍ୟାଳୟ, ଦ୍ଵିତୀୟ ସ୍ଥାନରେ ହେମଚାନ୍ଦ ଯାଦବ ବିଶ୍ୱବିଦ୍ୟାଳୟ, ତୃତୀୟ ସ୍ଥାନ ପଣ୍ଡିତ ରବିଶଙ୍କର ବିଶ୍ୱବିଦ୍ୟାଳୟ ଅଧିକାର କରିଥିବା ବେଳେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଚତୁର୍ଥ ସ୍ଥାନ ହାସଲ କରିଥିଲା।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସଭାପତିତ୍ଵରେ ତଥା ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, କ୍ରୀଡ଼ା ପରିଷଦର ନିର୍ଦ୍ଦେଶକ ଡକ୍ଟର ପବିତ୍ର ମୋହନ ନାୟକ, ଉପନିର୍ଦ୍ଦେଶକ ଡକ୍ଟର ଅମିତ କୁମାର ଶର୍ମା, ପିଇଓ ସଂଗ୍ରାମ ବିଶୋଇଙ୍କ ଉପସ୍ଥିତିରେ ସମସ୍ତ ବିଜୟୀ ଦଳଙ୍କୁ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା।
ଏଥିସହ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚରେ ରେଫରି ଦାୟିତ୍ଵ ନିର୍ବାହ କରିଥିବା ୨୫ ଜଣ ରେଫରିଙ୍କୁ କୁଳପତି ପ୍ରଫେସର ତ୍ରିପାଠୀ ସମ୍ମାନୀତ କରିଥିଲେ।
Tags: #KhoKhoCompetition #Tournament #EastZoneInterUniversityCompetition #Balasore #FakirMohanUniversity