ଓଡ଼ିଶାଲାଇଭ୍ ବ୍ୟୁରୋ

ଆମେରିକାରେ କ୍ଷମତାକୁ ଆସିବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ପ। ୱାଇଟହାଉସ ବିବାରଣୀରୁ ଏମିତି କିଛି ଅନୁଭବ କଲା ପରି ବାର୍ତ୍ତା ଆସିଲାଣି। ବାଂଲାଦେଶରେ ଏବେ ଘଟୁଥିବା ଘଟଣା ପ୍ରସଙ୍ଗରେ ଭାରତ ଯାହା କହି ଆସୁଥିଲା, ସେହି ଭାଷା ଏବେ ଆମେରିକାର ବିଦେଶ ବାର୍ତ୍ତାରେ ଶୁଣିବାକୁ ମିଳୁଛି।

ବାଂଲାଦେଶରୁ ଶେଖ ହାସିନା ଗାଦିଚ୍ୟୁତ ହେବାର ୪ ମାସ ପରେ ମଧ୍ୟ ଆମେରିକା ଚୁପ ରହିଥିଲା। ହେଲେ ଏବେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ମହମ୍ମଦ ୟୁନୁସଙ୍କ ସରକାରକୁ ଚେତାବନୀ ଦେଇଛି ହ୍ୱାଇଟ ହାଉସ।

ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ଶେଖ ହାସିନା ପଦରୁ ଯିବାପରେ ବାଂଲାଦେଶର ଶାସନ ବ୍ୟବସ୍ଥା ଖରାପ ହୋଇଯାଇଛି। ସେଠାରେ କ୍ଷମତାରେ ଥିବା ମଧ୍ୟବର୍ତ୍ତୀକାଳୀନ ସରକାରଙ୍କୁ ଏହାର ସମାଧାନ କରବାକୁ ପଡ଼ିବ। ଯେଉଁମାନେ ଅଳ୍ପସଂଖ୍ୟକ ବର୍ଗଙ୍କୁ ଟାର୍ଗେଟ କରି ନିର୍ଯାତନା ଦେଉଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ପଡ଼ିବ ବୋଲି କୁହାଯାଇଛି।

“ବାଂଲାଦେଶରୁ ପୂର୍ବ ପ୍ରଧାନମନ୍ତ୍ରୀ ଶେଖ ହାସିନା ପଦରୁ ବିତାଡ଼ିତ ହେବା ପରେ ସେଠାରେ ଅବସ୍ଥା କଠିନ ହୋଇପଡ଼ିଛି। ଏଠି ଅଳ୍ପସଂଖ୍ୟଙ୍କ ସୁରକ୍ଷା ଏକ ବଡ଼ ପ୍ରସଙ୍ଗ ହୋଇପଡ଼ିଛି। ଅଳ୍ପସଂଖ୍ୟକଙ୍କ ସୁରକ୍ଷା କିପରି କରାଯାଇପାରିବ ସେ ନେଇ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ସହ ଆମେ ମିଶି କାମ କରୁଛୁ”, କହିଛନ୍ତି ହ୍ୱାଇଟ ହାଉସର ରାଷ୍ଟ୍ରୀୟ ସୁରକ୍ଷା ସଞ୍ଚାର ପରାମର୍ଶଦାତା ଜନ କିର୍ବି

ସେ ଆହୁରି ମଧ୍ୟ କହିଛନ୍ତି, “ଆମେ ସମସ୍ତ ବାଂଲାଦେଶୀ ନେତାଙ୍କ ସହ ଆଲୋଚନା କରି ସ୍ପଷ୍ଟ କହିଦେଇଛୁ ଯେ ଧାର୍ମିକ ଅଳ୍ପସଂଖ୍ୟକଙ୍କ ସୁରକ୍ଷା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ। ଆମେ ଚାହିଁବୁ ଯେ, ଯେଉଁମାନେ ଅଳ୍ପସଂଖ୍ୟକଙ୍କ ଉପରେ ଅତ୍ୟାଚାର କରୁଛନ୍ତି ମଧ୍ୟବର୍ତ୍ତୀକାଳୀନ ସରକାର ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।”

ଗତ କିଛି ସପ୍ତାହ ତଳେ ଆମେରିକାରେ ରହୁଥିବା ଭାରତୀୟମାନେ ଶିକାଗୋ, ନ୍ୟୁୟର୍କ, ଏସଏଫଓ, ହ୍ୟୁଷ୍ଟନ, ଆଟଲାଣ୍ଡା ସହର ସମେତ ହ୍ୱାଇଟ ହାଉସ ସାମ୍ନାରେ ଜୋରଦାର ବିରୋଧ ପ୍ରଦର୍ଶାନ କରିଥିଲେ। ବଂଲାଦେଶରେ ହିନ୍ଦୁ ସମୁଦାୟଙ୍କ ଉପରେ ହେଉଥିବା ଅତ୍ୟାଚାର ଘଟଣାରେ ୪ ମାସ ଧରି ହ୍ୱାଇଟ ହାଉସ କାହିଁକି ଚୁପ ରହିଛି ବୋଲି ସେମାନେ ପ୍ରଶ୍ନ କରିଥିଲେ। ହିନ୍ଦୁଙ୍କ ବିରୋଧରେ ହେଉଥିବା ହିଂସାକୁ ରୋକିବା ପାଇଁ ସେମାନେ ଦାବି କରିଥିଲେ।

ଭାରତୀୟ ଆମେରିକୀୟମାନ ହ୍ୱାଇଟ ହାଉସରୁ ଆରମ୍ଭ କରି ଆମେରିକାର ସଂସଦ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇଥିଲେ। ‘ଆମକୁ ନ୍ୟାୟ ଦରକାର’..‘ହିନ୍ଦୁମାନଙ୍କୁ ରକ୍ଷା କର’ ପରି ନାରା ଦେଇ ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ପରବର୍ତ୍ତୀ ସରକାର ପାଖରେ ହିନ୍ଦୁଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଦାବି କରିଥିଲେ। ଏହି ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରିଥିଲେ।

Tags: #Bangladesh #Violence #HinduCommunity #WhiteHouse #USA

LEAVE A REPLY

Please enter your comment!
Please enter your name here