ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ସିଟିଜେନ୍ସ ହ୍ୟୁମାନ୍ ରାଇଟ୍ସ କ୍ଲିନିକ (ସିଏଚଆରସି) ବାଲେଶ୍ଵର ଶାଖା ପକ୍ଷରୁ ‘ସଡ଼କ ସୁରକ୍ଷା ଜୀବନ ରକ୍ଷା’ କାର୍ଯ୍ୟକ୍ରମ ଅବସରରେ ବିଶ୍ଵ ମାନବାଧିକାର ଦିବସ ପାଳନ କରାଯାଇଛି।
ଶାଖାର ମୁଖ୍ୟ ଆଡଭୋକେଟ ପ୍ରତାପ କେଶରୀ ଦାସଙ୍କ ଆବାହକତ୍ଵରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମକୁ ବାଲେଶ୍ଵର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଉଦଘାଟନ କରିଥିଲେ। ଏହି ଅବସରରେ ସଡ଼କ ସୁରକ୍ଷା ଓ ଟ୍ରାଫିକ ନିମୟ ମାନି ଗାଡ଼ି ଚଳାଇବାକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଥିଲେ ମୁଖ୍ୟ ଅତିଥି।
ସଂଗଠନର ରାଜ୍ୟ ସଭାପତି ଗୋପବନ୍ଧୁ ମଲ୍ଲିକ, ପ୍ରଫେସର ତଥା ଗାଳ୍ପିକା ରଶ୍ମୀ ରାଉଳ, ପ୍ରଫେସର ଜୟକୃଷ୍ଣ ମହନ୍ତ, ଶିଳ୍ପଦ୍ୟୋଗୀ ନୃସିଂହ ଚରଣ ନନ୍ଦ, ଶଙ୍କର ଚରଣ ଜେନା, ସୁଲଗ୍ନା ସୁଚରିତା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ଗାଡ଼ିଚାଳକମାନଙ୍କ ପାଇଁ ସଚେତନତାର ବାର୍ତ୍ତା ଦେଇଥିଲେ।
ଏହି ପରିପ୍ରେକ୍ଷୀରେ ସଂଗଠନର ସମସ୍ତ ସଦସ୍ୟ ଓ ଶତାଧିକ ଛାତ୍ରଛାତ୍ରୀଙ୍କର ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା। ଏହି ଶୋଭାଯାତ୍ରା ପୋଲିସ ଲାଇନ ଛକଠାରୁ ବାହାରି ଷ୍ଟେସନ ଛକ, ଫକୀର ମୋହନ ଗୋଲେଇ ଦେଇ ଫାଣ୍ଡିଛକ ପର୍ଯ୍ୟନ୍ତ ଯାଇଥିଲା। ଏହି ଅବସରରେ ‘ସଡ଼କ ସୁରକ୍ଷା ଜୀବନ ରକ୍ଷା’ର ବିଭିନ୍ନ ସ୍ଲୋଗାନ ଦେଇ ଲୋକମାନଙ୍କୁ ସଚେତନ କରାଇବା ସହ ବିନା ହେଲ୍ମେଟ୍ରେ ଗାଡ଼ି ଚଲାଉଥିବା ଚାଳକମାନଙ୍କୁ ଗୋଲାପ ଫୁଲ ଦେଇ ଟ୍ରାଫିକ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଥିଲା।
ସଂଗଠନର ଯୁବ ସଂଗଠନ ସମ୍ପାଦକ ବିଶ୍ଵକେଶନ ବେହେରା, ରାଜ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ସମ୍ପାଦ ସେକ ମୁକ୍ତାରଉଦ୍ଦିନ, ଉପଦେଷ୍ଟା ସାଧୁଚରଣ ମଲ୍ଲିକ, ପ୍ରଫେସର ପ୍ରଫୁଲ୍ଲ କୁମାର ସେଠୀ, କମ୍ଭୁ ମଲ୍ଲିକ, ପ୍ରମୋଦ କୁମାର ପଟ୍ଟାୟତ, ଇଞ୍ଜିନିୟର ବିଜୟ କୁମାର ସେଠୀ, ଆଜୀବନ ସଦସ୍ୟ ଶିଳ୍ପଦ୍ୟୋଗୀ ମୌସମ କୁମାର ସିଂ, ପର୍ଶୁରାମ ରାଉତ ଓ ଅନ୍ୟ କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଯୋଗଦାନ ଦେଇଥିଲେ।
ନିରନ୍ତର ଜନସଚେତନତା କାର୍ଯ୍ୟକ୍ରମ କରିଆସୁଥିବା ସିଟିଜେନ୍ସ ହ୍ୟୁମାନ ରାଇଟସ କ୍ଲିନିକ ବାଲେଶ୍ଵର ଶାଖାକୁ ଭୁବନେଶ୍ଵରଠାରେ ଆୟୋଜିତ ବିଶ୍ଵ ମାନବାଧିକାର ଦିବସ ଅବସରରେ ମାନପତ୍ର ଓ ଟ୍ରଫି ସହ ସିଏଚଆରସି ଓଡ଼ିଶା ପକ୍ଷରୁ ପୁରସ୍କୃତ କରାଯାଇଛି।
Tags: #WorldHumanRightsDay #CitizensHumanRightsClinic #Balasore #Odisha