ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଆଉ ନିଯୁକ୍ତି ପରୀକ୍ଷା କରିବ ନାହିଁ ନାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)। ଏହା ଏବେ କେବଳ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପାଇଁ ପ୍ରବେଶିକା ପରୀକ୍ଷାର ଆୟୋଜନ କରିବ। ଏହି ନିଷ୍ପତ୍ତି ୨୦୨୫-୨୬ ଶିକ୍ଷାବର୍ଷରୁ ଲାଗୁ ହେବ। ଏନେଇ ସୂଚନା ଦେଇଛନ୍ତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

“ଭାରତରେ ସବୁ ପ୍ରକାର ପରୀକ୍ଷାକୁ ସଠିକ୍ ଓ ତ୍ରୁଟିଶୂନ୍ୟ ଢଙ୍ଗରେ କରିବାକୁ ଆମେ ଗୁରୁତ୍ଵ ଦେଉଛୁ। ଏହାରି ମଧ୍ୟରେ ଆମେ ୨୦୨୫ରେ ଜାତୀୟ ପରୀକ୍ଷା ସଂସ୍ଥା ଏନଟିଏର ପୁନର୍ଗଠନ କରିବୁ। ଏବେ ଏହା କେବଳ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପାଇଁ ପ୍ରବେଶିକା ପରୀକ୍ଷାର ଆୟୋଜନ କରିବ। ଏଥିସହିତ ସବୁ ପ୍ରବେଶିକା ପରୀକ୍ଷାକୁ କମ୍ପ୍ୟୁଟର ବେସଡ୍ ମୋଡରେ କରିବାକୁ ଆମେ ଯୋଜନା କରୁଛୁ”, କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଏନଟିଏର ପୁନର୍ଗଠନ ପରେ ଏଥିରେ ଆଉ ୧୦ଟି ପଦବୀ ସୃଷ୍ଟି କରାଯିବ ବୋଲି ଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି।

ଚଳିତବର୍ଷ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ‘ନିଟ୍’କୁ ନେଇ ବ୍ୟାପକ ଅସନ୍ତୋଷ ଦେଖା ଦେଇଥିଲା। ଅନେକ ସ୍ଥାନରେ ଏହାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ଏନେଇ ପରୀକ୍ଷା ଆୟୋଜନ କରୁଥିବା ସଂସ୍ଥା ‘ଏନଟିଏ’ ଦେଶବ୍ୟାପି ସମାଲୋଚନାର ଶିକାର ହୋଇଥିଲା।

Tags: #NationalTestingAgency #NTA #EntranceExam #DharmendraPradhan #Education #India

LEAVE A REPLY

Please enter your comment!
Please enter your name here