ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଲୋକସଭାରେ ଆଗତ ହୋଇଛି ‘ଏକ ଦେଶ, ଏକ ନିର୍ବାଚନ ବିଲ୍’। କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍ ଏହି ବିଲକୁ ଆଗତ କରିଛନ୍ତି। ଏହି ବିଧେୟକକୁ ସମ୍ବିଧାନର ୧୨୯ତମ ସଂଶୋଧନ ବିଧେୟକ ବୋଲି ନାମ ଦିଆଯାଇଛି। ଏହାକୁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ପକ୍ଷରୁ ଜୋରଦାର ବିରୋଧ କରାଯାଇଛି।

‘ଏକ ଦେଶ, ଏକ ନିର୍ବାଚନ ବିଲ୍’ ଆଗତ ହେବାପରେ ଏହାକୁ ନେଇ ଲୋକସଭାରେ ଆଲୋଚନା ଜାରି ରହିଛି। ବିଲକୁ କଂଗ୍ରେସ, ତୃଣମୂଳ କଂଗ୍ରେସ, ଆରଜେଡି ଓ ସମାଜବାଦୀ ପାର୍ଟି ସମେତ ୧୫ଟି ବିରୋଧ କରିଛନ୍ତି। ଏହି ବିଲ୍ ସମ୍ବିଧାନର ମୂଳ ଢାଞ୍ଚାକୁ ଆଘାତ କରୁଛି ବୋଲି କଂଗ୍ରେସ ସାଂସଦ ମନୀଷ ତିୱାରୀ କହିଛନ୍ତି।  

ଅନ୍ୟପଟେ ଟିଡିପି, ଓ୍ୱାଇଏସଆରସିପି, ଜେଡିୟୁ, ଶିବ ସେନା ସମେତ ୩୨ଟି ଦଳ ‘ଏକ ଦେଶ, ଏକ ନିର୍ବାଚନ ବିଲ୍’କୁ ସମର୍ଥନ କରିଛନ୍ତି। ଏବେ ଏହି ବିଲକୁ ଯୁଗ୍ମ ସଂସଦୀୟ କମିଟି ନିକଟକୁ ପଠାଇବାକୁ ଆଲୋଚନା ହେଉଛି।

ଗତ ଗୁରୁବାର ଦିନ ‘ଏକ ଦେଶ-ଏକ ନିର୍ବାଚନ’ ବିଲ୍‌କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଥିଲା। ଏହା ପାରିତ ହେଲେ ଦେଶରେ ଏକ ସମୟରେ ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ବାଟ ଫିଟିବ।

 Tags: #OneNationOneElection #Elections #Parliament #IndianPolitics #India

LEAVE A REPLY

Please enter your comment!
Please enter your name here