ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବାକୁ ଯାଉଛି। ଫେବ୍ରୁଆରି ୧୯ ତାରିଖରେ କରାଚିରେ ଏହାର ପ୍ରଥମ ମ୍ୟାଚ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ସେହିପରି ଭାରତ ଫେବ୍ରୁଆରି ୨୦ ତାରିଖରେ ବାଂଲାଦେଶ ବିପକ୍ଷରେ ମ୍ୟାଚ ଖେଳି ଅଭିଯାନ ଆରମ୍ଭ କରିବ। ଏନେଇ ଆଇସିସି ପକ୍ଷରୁ ମଙ୍ଗଳବାର ଟୁର୍ଣ୍ଣାମେଣ୍ଟର ସମ୍ପୂର୍ଣ୍ଣ ଖେଳସୂଚୀ ପ୍ରକାଶ ପାଇଛି। 

ତେବେ ଭାରତ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଯାଉନଥିବାରୁ ଏହା ହାଇବ୍ରିଡ୍ ମଡେଲରେ ଖେଳାଯିବ। ଟିମ୍ ଇଣ୍ଡିଆ ନିଜର ସବୁ ମ୍ୟାଚ ଦୁବାଇରେ ଖେଳିବ ବୋଲି ଧାର୍ଯ୍ୟ ହୋଇଛି। ଫେବ୍ରୁଆରି ୨୩ ତାରିଖରେ ଏଠାରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ।

ଚାମ୍ପିୟନ୍ସ ଟ୍ରଫିରେ ଖେଳିବାକୁ ଥିବା ୮ଟି ଟିମ୍‌ ୨ଟି ଗ୍ରୁପରେ ବିଭକ୍ତ ହୋଇଛନ୍ତି। ଗ୍ରୁପ ପର୍ଯ୍ୟାୟର ୧୨ଟି ମ୍ୟାଚକୁ ମିଶାଇ ଟୁର୍ଣ୍ଣାମେଣ୍ଟରେ ମୋଟ ୧୫ଟି ମ୍ୟାଚ୍ ଖେଳାଯିବ।  

ଭାରତର ମ୍ୟାଚକୁ ଛାଡ଼ିଦେଲେ ଅନ୍ୟ ସବୁ ମ୍ୟାଚ ପାକିସ୍ତାନରେ ହେବ। ଏହାର ଫାଇନାଲ ମ୍ୟାଚ ମାର୍ଚ୍ଚ ୧୦ ତାରିଖରେ ଲାହୋରରେ ହେବାକୁ ସ୍ଥିର ହୋଇଛି। ତେବେ ଭାରତ ଫାଇନାଲକୁ ଗଲେ ଏହି ମ୍ୟାଚ ଦୁବାଇରେ ଅନୁଷ୍ଠିତ ହେବ।

ଜାଣନ୍ତୁ କେଉଁ ଦିନ ଅଛି କେଉଁ ମ୍ୟାଚ

ତାରିଖମ୍ୟାଚସ୍ଥାନ
ଫେବ୍ରୁଆରି ୧୯ପାକିସ୍ତାନ – ନ୍ୟୁଜିଲାଣ୍ଡକରାଚି
ଫେବ୍ରୁଆରି ୨୦ଭାରତ – ବାଂଲାଦେଶଦୁବାଇ
ଫେବ୍ରୁଆରି ୨୧ଆଫଗାନିସ୍ତାନ – ଦକ୍ଷିଣ ଆଫ୍ରିକାକରାଚି
ଫେବ୍ରୁଆରି ୨୨ଅଷ୍ଟ୍ରେଲିଆ – ଇଂଲଣ୍ଡଲାହୋର
ଫେବ୍ରୁଆରି ୨୩ଭାରତ – ପାକିସ୍ତାନଦୁବାଇ
ଫେବ୍ରୁଆରି ୨୪ବାଂଲାଦେଶ – ନ୍ୟୁଜିଲାଣ୍ଡରାୱଲପିଣ୍ଡି
ଫେବ୍ରୁଆରି ୨୫ଅଷ୍ଟ୍ରେଲିଆ – ଦକ୍ଷିଣ ଆଫ୍ରିକାରାୱଲପିଣ୍ଡି
ଫେବ୍ରୁଆରି ୨୬ଆଫଗାନିସ୍ତାନ – ଇଂଲଣ୍ଡଲାହୋର
ଫେବ୍ରୁଆରି ୨୭ପାକିସ୍ତାନ – ବାଂଲାଦେଶରାୱଲପିଣ୍ଡି
ଫେବ୍ରୁଆରି ୨୮ଆଫଗାନିସ୍ତାନ – ଅଷ୍ଟ୍ରେଲିଆଲାହୋର
ମାର୍ଚ୍ଚ ୧ଦକ୍ଷିଣ ଆଫ୍ରିକା – ଇଂଲଣ୍ଡକରାଚି
ମାର୍ଚ୍ଚ ୨ଭାରତ – ନ୍ୟୁଜିଲାଣ୍ଡଦୁବାଇ
ମାର୍ଚ୍ଚ ୪ସେମିଫାଇନାଲ ୧ଦୁବାଇ
ମାର୍ଚ୍ଚ ୫ସେମିଫାଇନାଲ ୨ଲାହୋର
ମାର୍ଚ୍ଚ ୯ଫାଇନାଲଲାହୋର/ଦୁବାଇ

Tags: #ICCChampionsTrophy2025 #Pakistan #TeamIndia #Cricket #BCCI #ICC

Comment