ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାକୁ ମିଳିଛି ୪୫୫ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ। କେନ୍ଦ୍ର ସରକାରଙ୍କ ପଞ୍ଚଦଶ ଅର୍ଥ କମିଶନ ଓଡ଼ିଶା ପାଇଁ ଏହି ଟଙ୍କା ମଞ୍ଜୁର କରିଛନ୍ତି। ଏହି ପାଣ୍ଠିକୁ ରାଜ୍ୟର ସବୁ ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟରେ ଖର୍ଚ୍ଚ କରାଯିବ।
୨୦୨୪-୨୫ ଆର୍ଥିକ ବର୍ଷର ଦ୍ଵିତୀୟ କିସ୍ତିରେ ଏହି ଅର୍ଥ ପ୍ରଦାନ କରାଯାଇଛି। ଏଥିରେ ଓଡ଼ିଶାର ଗ୍ରାମୀଣ ସଂସ୍ଥାଗୁଡ଼ିକ ପାଇଁ ଦ୍ଵିତୀୟ କିସ୍ତିର ୩୭୦ କୋଟି ୨୦ ଲକ୍ଷ ଟଙ୍କା ଏବଂ ପ୍ରଥମ କିସ୍ତିର ବକେୟା ରାଶି ୮୪ କୋଟି ୫୦ ଲକ୍ଷ ଟଙ୍କା ମିଶା ଯାଇଛି।
ଏହି ପାଣ୍ଠି ରାଜ୍ୟର ୩୦ଟି ଜିଲ୍ଲାର ସମସ୍ତ ୩୧୪ଟି ବ୍ଲକ ଅନ୍ତରଗତ ୬,୭୯୪ଟି ଗ୍ରାମ ପଞ୍ଚାୟତ ପାଇଁ ରହିଛି। ଏହି ଟଙ୍କାରେ ଏଠାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରାଯିବ। ବର୍ଜ୍ୟ ପରିଚାଳନା ଏବଂ ପାନୀୟ ଜଳ ଯୋଗାଣ ତଥା ବର୍ଷା ଜଳ ସଂରକ୍ଷଣ ଭଳି ପ୍ରକଳ୍ପ ଏଥିରେ ଅନ୍ତର୍ଭୁକ୍ତ ହେବ।
Tags: #FinanceCommission #DevelopmentFund #Villages #Odisha