ଓଡ଼ିଶାଲଇଭ୍‌ ବ୍ୟୁରୋ

 

ଅର୍ଥ କମିଶନଙ୍କ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଦାବି

  • ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦିଆଯାଉ
  • ଜିଏସ୍‌ଟି କ୍ଷତି ଭରଣାକୁ ଆଉ ୧୦ ବର୍ଷ ବୃଦ୍ଧି କରାଯାଉ
  • କୋଇଲା ଖଣି ଅଞ୍ଚଳରେ କ୍ଲିନ୍‌ ଏନର୍ଜୀ ସେସ୍‌ ଆଦାୟ କରାଯାଉ
  • ଗରିବୀ ଦୂରିକରଣରେ ଓଡ଼ିଶା ଦେଶରେ ସର୍ବାଗ୍ରେ

ଭୁବନେଶ୍ୱରରେ ଆରମ୍ଭ ହୋଇଛି ପଞ୍ଚଦଶତମ ଅର୍ଥ କମିଶନଙ୍କ ବୈଠକ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇଛନ୍ତି। ଅର୍ଥକମିଶନ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଓଡିଶା ଲାଗି ଅନେକ ଦାବି ରଖିଛନ୍ତି। ଏହା ସହିତ କେନ୍ଦ୍ର ଅବହେଳା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଏହି ବୈଠକରେ ସାମିଲ ହୋଇଛନ୍ତି।

ଅର୍ଥ କମିଶନରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇ ଦାବି ଉପସ୍ଥାପନ କରିଛନ୍ତି। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।। କେନ୍ଦ୍ର ଅବହେଳା କଥା ବି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିପର୍ଯ୍ୟୟ ଲାଗି ୧୫ଶହ କୋଟି ସହାୟତା ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ। କୋଇଲା ଖଣି ଅଞ୍ଚଳରେ କ୍ଲିନ୍‌ ଏନର୍ଜୀ ସେସ୍‌ ପାଇଁ ଦାବି କରିଛନ୍ତି।

ଅନ୍ୟାନ୍ୟ ଦାବି ମଧ୍ୟରେ ଅଛି, ୧୦ବର୍ଷ ଜିଏସଟି କ୍ଷତିଭରଣା ବଢାଯାଉ। କେବିକେ ଅନୁଦାନ, ରେଳବାଇ, ଜାତୀୟ ରାଜପଥ, ଟେଲିକମ୍‌ କ୍ଷେତ୍ରରେ କେନ୍ଦ୍ର ରାଜ୍ୟକୁ ତଳେ ରଖିଛି। ଏହା ସହିତ ଶିଳ୍ପ କରିଡର, କୋଇଲା ରୟାଲିଟି ପ୍ରତି ଅଣାଦେଖା କରାଯାଇଛି।

ଗରିବୀ ଦୂରିକରଣରେ ଓଡ଼ିଶା ଦେଶରେ ସର୍ବାଗ୍ରେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଦୁର୍ନୀତିରେ ବୁଡିଥିବା ରାଜ୍ୟ ଏବେ ସ୍ୱଛ ବୋଲି କହିଲେ ମୁଖ୍ୟମନ୍ତ୍ରୀ। ବିପର୍ଯ୍ୟୟ ପରିଚାଳନା, କୃଷି, ଖାଦ୍ୟଶସ୍ୟ ଉତ୍ପାଦନ ବିଗତ ବର୍ଷ ମାନଙ୍କ ତୁଳନାରେ ବୃଦ୍ଧି ହୋଇଥିବା ଦର୍ଶାଇଲେ ମୁଖ୍ୟମନ୍ତ୍ରୀ। ୧୯୭୧ ଜନଗଣନା ହିସାବରେ ଓଡ଼ିଶା ଓ ଏବେର ଓଡ଼ିଶା ଭିତରେ ପ୍ରଭେଦ ଦର୍ଶାଇଲେ ମୁଖ୍ୟମନ୍ତ୍ରୀ।

Comment