ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ ଗୁରୁବାର ଆରମ୍ଭ ହୋଇଛି। ମେଲବର୍ଣ୍ଣରେ ଖେଳାଯାଉଥିବା ଏହି ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ। ପ୍ରଥମ ଦିନ ଖେଳ ଶେଷ ଶୁଦ୍ଧା ଘରୋଇ ଦଳ ୬ ୱିକେଟ ବିନିମୟରେ ୩୧୧ ରନ କରିଛି। ଚାରିଜଣ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ ହାସଲ କରିଛନ୍ତି।
ମ୍ୟାଚ ଆରମ୍ଭରେ ଅଷ୍ଟ୍ରେଲିଆ ପକ୍ଷରୁ ଉସମାନ ଖ୍ୱାଜା ଓ ନବାଗତ ବ୍ୟାଟ୍ସମ୍ୟାନ ସାମ କୋନଷ୍ଟାସ୍ ଭଲ ବ୍ୟାଟିଂ ଆରମ୍ଭ କରିଥିଲେ। ସେମାନେ ପ୍ରଥମ ୱିକେଟ ପାଇଁ ୮୯ ରନର ପାର୍ଟନରସିପ୍ କରିଥିଲେ। ଏହାପରେ ଖେଳିବାକୁ ଆସିଥିବା ମାରନସ ଲାବୁସେନ, ଷ୍ଟିଭ ସ୍ମିଥ ମଧ୍ୟ ଭଲ ରନ ସ୍କୋର କରିଥିଲେ।
ଦ୍ୱିତୀୟ ୱିକେଟ୍ ପାଇଁ ମଧ୍ୟ ମାରନସ ଲାବୁସେନ ଓ ଉସମାନ ଖ୍ୱାଜାଙ୍କ ମଧ୍ୟରେ ଅର୍ଦ୍ଧ ଶତକୀୟ ପାର୍ଟନରସିପ୍ ହୋଇଥିଲା। ୫୭ ରନ୍ ସ୍କୋର କରିବା ପରେ ଉସମାନ ଖ୍ୱାଜା ଆଉଟ୍ ହୋଇଥିଲେ। ଏହାପରେ ଷ୍ଟିଭ ସ୍ମିଥ୍ ଏବଂ ଲାବସେନ ୮୩ ରନର ପାର୍ଟନରସିପ୍ ଅଷ୍ଟ୍ରେଲିଆର ସ୍କୋରକୁ ଆହୁରି ମଜଭୁତ କରିଥିଲା।
ଅନ୍ୟପଟେ ଭାରତ ପକ୍ଷରୁ ଯଶପ୍ରିତ ବୁମରା ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ। ସେହିପରି ରବୀନ୍ଦ୍ର ଜାଡେଜା, ଆକାଶଦୀପ ଓ ୱାଶିଂଟନ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ।
Tags: #Border-GavaskarTrophy #TestSeries #BoxingDayTest #IndiavsAustralia #Melbourne #BCCI #Sports


















