ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ ମେଲବର୍ଣ୍ଣରେ ଖେଳାଯାଉଛି। ଏହି ମ୍ୟାଚରେ ଘରୋଇ ଅଷ୍ଟ୍ରେଲିଆ ଦଳ ମଜଭୁତ ସ୍ଥିତିରେ ରହିଛି। ଶୁକ୍ରବାର ମ୍ୟାଚର ଦ୍ଵିତୀୟ ଦିନରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି।    

ଗୁରୁବାର ଆରମ୍ଭ ହୋଇଥିବା ଏହି ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ। ପ୍ରଥମ ଦିନ ଖେଳ ଶେଷ ଶୁଦ୍ଧା ଘରୋଇ ଦଳ ୬ ୱିକେଟ ବିନିମୟରେ ୩୧୧ ରନ କରିଥିଲା। ତେବେ ଶୁକ୍ରବାର ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ୍ କମିନ୍ସ ଓ ଷ୍ଟିଭ ସ୍ମିଥ ବ୍ୟାଟିଂ ଆରମ୍ଭ କରିଥିଲେ।

ଆରମ୍ଭରୁ ଅଷ୍ଟ୍ରେଲିଆର ଖେଳାଳିମାନେ ଦମଦାର ପ୍ରଦର୍ଶନ କରି ସ୍କୋର ବଢ଼ାଇବାକୁ ଲାଗିଥିଲେ। ଷ୍ଟିଭ ସ୍ମିଥ ୧୪୦ ରନର ଶତକୀୟ ଇନିଂସ୍ ଖେଳିଥିଲେ। ଏହା ବଳରେ ଦଳ ପ୍ରଥମ ଇନିଂସରେ ୪୭୪ ରନ କରିବାରେ ସଫଳ ହେଲା।

ଏହାପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ଯଶସ୍ଵୀ ଜୟସ୍ଵାଲ୍ ମଇଦାନକୁ ଓହ୍ଲାଇ ଥିଲେ। ତେବେ ରୋହିତ ଶର୍ମା ମାତ୍ର ୩ ରନ କରି ଆଉଟ ହୋଇଥିଲେ। ପରେ କେ ଏଲ ରାହୁଲ ଆଉଟ ହେବାପରେ ଜୟସ୍ଵାଲ୍ ଓ ବିରାଟ କୋହଲୀ ଭାରତୀୟ ଇନିଂସକୁ ଆଗକୁ ବଢ଼ାଇଥିଲେ। ଉଭୟ ତୃତୀୟ ୱିକେଟ ପାଇଁ ୧୦୨ ରନର ପାର୍ଟନରସିପ୍ ହୋଇଥିଲା।

ତେବେ ଦଳୀୟ ସ୍କୋର ୧୫୨ ରନ ଥିବାବେଳେ ଯଶସ୍ଵୀ ଜୟସ୍ଵାଲ୍ ରନ ଆଉଟ ହୋଇଥିଲେ। ସେ ଆଉଟ ହେବାପରେ ବିରାଟ କୋହଲୀଙ୍କ ସମେତ ଭାରତର ଆଉ ୨ଟି ୱିକେଟ ପଡ଼ିଥିଲା। କିଛି ସମୟ ମଧ୍ୟରେ ଭାରତର ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା।

ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଦଳ ୫ ୱିକେଟ ହରାଇ ୧୬୪ ରନ କରିଛି। ଦଳ ଏବେ ପ୍ରଥମ ଇନିଂସରେ ୩୧୦ ରନରେ ପଛୁଆ ଚାଲିଛି।

Tags: #Border-GavaskarTrophy #TestSeries #BoxingDayTest #IndiavsAustralia #Melbourne #BCCI #Sports

LEAVE A REPLY

Please enter your comment!
Please enter your name here