ଓଡ଼ିଶାଲାଇଭ୍ ବ୍ୟୁରୋ

ପଞ୍ଚଭୂତରେ ଲୀନ ହେଲା ଡକ୍ଟର ମନମୋହନ ସିଂହଙ୍କ ପାର୍ଥିବ ଶରୀର। ନୂଆଦିଲ୍ଲୀର ନିଗମବୋଧ ଘାଟରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି।

ମନମୋହନ ସିଂହଙ୍କୁ ଶେଷ ବିଦାୟ ଦେବା ପାଇଁ ପହଞ୍ଚିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମନ୍ତ୍ରୀ, ସାଂସଦ, ବିଭିନ୍ନ ଦଳର ରାଜନେତା ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷ।

ଗୁରୁବାର ରାତିରେ ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୯୨ ବର୍ଷ ବୟସରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ। ଅନ୍ତିମ ଦର୍ଶନ ପାଇଁ ତାଙ୍କ ପାର୍ଥିକ ଶରୀରକୁ ଦିଲ୍ଲୀସ୍ଥିତ ବାସଭବନକୁ ଅଣାଯାଇଥିଲା।

ଶନିବାର ଦିନ ୧୧ଟା ୪୫ ମିନିଟରେ ନିଗମବୋଧ ଘାଟଠାରେ ସମସ୍ତ ରୀତିନୀତି ସହକାରେ ତାଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟ ସମ୍ପନ୍ନ ହୋଇଛି।

Tags: #DrManmohanSingh #FormerPrimeMinister #LastRites #Economist #Politician #Congress #India

Comment