ଓଡ଼ିଶାଲାଇଭ୍ ବ୍ୟୁରୋ
ଜାନୁଆରି ୩ ତାରିଖରୁ ଆରମ୍ଭ ହେଉଛି ୟୁଜିସି-ନେଟ୍ ପରୀକ୍ଷା। ଏହା ଜାନୁଆରି ୧୬ ତାରିଖ ଯାଏଁ ଚାଲିବ। ଏନେଇ ଶନିବାର ନାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ପରୀକ୍ଷା ସୂଚୀ ଜାରି ହୋଇଛି।
ୟୁଜିସି-ନେଟ୍ ପରୀକ୍ଷାରେ ମୋଟ୍ ୮୫ ଟି ବିଷୟରେ କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ହେବ। ଦିନକୁ ୨ଟି ଲେଖାଏଁ ସିଫ୍ଟରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ। ପରୀକ୍ଷା ବାବଦରେ ସବିଶେଷ ସୂଚନା ‘ଏନଟିଏ’ର ୱେବ୍ସାଇଟ୍ www.ugcnet.nta.ac.inରେ ଉପଲବ୍ଧ ରହିଛି।
କେଉଁ ଦିନ କେଉଁ ପରୀକ୍ଷା?
ଜାନୁଆରି ୩ – ପବ୍ଲିକ ଆଡମିନିଷ୍ଟ୍ରେସନ୍, ଶିକ୍ଷା, ଇକୋନୋମିକ୍ସ, ରୁରାଲ ଇକୋନୋମିକ୍ସ, ସମବାୟ, ଆପ୍ଲାଏଡ୍ ଇକୋନୋମିକ୍ସ, ଡେଭଲପମେଣ୍ଟ ଇକୋନୋମିକ୍ସ, ବିଜନେସ୍ ଇକୋନୋମିକ୍ସ
ଜାନୁଆରି ୬ – କମ୍ପ୍ୟୁଟର ସାଇନ୍ସ, ରାଜନୀତି ବିଜ୍ଞାନ ଓ ଅନ୍ୟ ବିଷୟ
ଜାନୁଆରି ୭ – ବାଣିଜ୍ୟ, ଇଂରାଜୀ ଓ ଯୋଗ
ଜାନୁଆରୀ ୮ – ହିନ୍ଦୀ, ମଣିପୁରୀ, କନ୍ନଡ, ଆସାମୀ, ସାନ୍ତାଳି, ହୋମ ସାଇନ୍ସ ଓ ଅନ୍ୟ ବିଷୟ
ଜାନୁଆରୀ ୯ – ଓଡ଼ିଆ, ମରାଠୀ ମ୍ୟାନେଜମେଣ୍ଟ, ଶାରିରୀକ ଶିକ୍ଷା, ଆୟୁର୍ବେଦ ବାୟୋଲୋଜି, ପ୍ରାକୃତିକ ବିପର୍ଯ୍ୟୟ
ଜାନୁଆରୀ ୧୦ – ଇତିହାସ, ସଂସ୍କୃତ, ମନସ୍ତତ୍ୱ ବିଜ୍ଞାନ, ପପୁଲେସନ୍ ଷ୍ଟଡିଜ୍, ଡିଫେଏନ୍ସ ଷ୍ଟଡିଜ୍, ଭିଜୁଆଲ ଆର୍ଟ ଓ ଅନ୍ୟ ବିଷୟ
ଜାନୁଆରୀ ୧୫ – ସଂସ୍କୃତ, ସାମ୍ବାଦିକତା ଓ ଗଣଯୋଗାଯୋଗ, ପରିବେଶ ବିଜ୍ଞାନ, ଉର୍ଦ୍ଦୁ ଓ ଅନ୍ୟ ବିଷୟ
ଜାନୁଆରୀ ୧୬ – ସାମାଜିକ ବିଜ୍ଞାନ, ଫ୍ରେଞ୍ଚ, ଜର୍ମାନ, ଲାଇବ୍ରେରୀ ସାଇନ୍ସ, ଦର୍ଶନ ଶାସ୍ତ୍ର ଓ ଅନ୍ୟ ବିଷୟ
Tags: #NationalTestingAgency #UGC-NETExam #Education #Careers #India