ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା କ୍ରିକେଟ୍‌ ଆସୋସିଏସନର (ଓସିଏ) ସଭାପତି ପଦ ଛାଡ଼ିଛନ୍ତି ପ୍ରଣବ ପ୍ରକାଶ ଦାସ। ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି। ରବିବାର ଏନେଇ ଓସିଏ ସଂପାଦକ ସଂଜୟ ବେହେରା ସୂଚନା ଦେଇଛନ୍ତି।

ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫା ପରେ ଆଗାମୀ ୪୫ ଦିନ ଭିତରେ ଓସିଏର ନୂଆ ସଭାପତି ନିଯୁକ୍ତ ହେବେ। ଏନେଇ ଓସିଏ ପକ୍ଷରୁ ନିର୍ବାଚନ ହେବ। 

୨୦୨୨ ମସିହା ଅକ୍ଟୋବର ମାସରେ ପ୍ରଣବ ପ୍ରକାଶ ଦାସ ଓସିଏର ସଭାପତି ହୋଇଥିଲେ। ୨ ବର୍ଷ ୨ ମାସ ପରେ ସେ ଇସ୍ତଫା ଦେଇଛନ୍ତି। ୨୦୨୫ ଅକ୍ଟୋବର ମାସରେ ତାଙ୍କର କାର୍ଯ୍ୟକାଳ ସରିବାର ଥିଲା। ତେବେ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଥିବାରୁ ସେ ପଦ ଛାଡ଼ିଥିବା ଚର୍ଚ୍ଚା ହେଉଛି। 

Tags: #PranabPrakashDas #President #OCA #Cricket #Odisha

Comment