ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟରେ ପରାଜିତ ହୋଇଛି ଭାରତ। ମେଲବର୍ଣ୍ଣରେ ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆକୁ ୧୮୪ ରନରେ ପରାସ୍ତ କରିଛି ଅଷ୍ଟ୍ରେଲିଆ। ସୋମବାର ମ୍ୟାଚର ଶେଷ ଦିନରେ ୩୪୦ ରନର ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ୧୫୫ ରନରେ ଅଲଆଉଟ୍ ହୋଇଛି। ମ୍ୟାଚକୁ ଡ୍ର ରଖିବାରେ ସକ୍ଷମ ହେଲାନି ଭାରତ।

ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିଜ ପ୍ରଥମ ଇନିଂସରେ ୪୭୪ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ପ୍ରଥମ ଇନିଂସରେ ୩୬୯ ରନ କରିଥିଲା। ଫଳରେ ଅଷ୍ଟ୍ରେଲିଆ ୧୦୫ ରନ ଲିଡ୍ ରଖି ଦ୍ଵିତୀୟ ଇନିଂସରେ ୨୩୪ ରନ କରିଥିଲା।

ତେବେ ଭାରତ ଆଗରେ ବିଜୟ ପାଇଁ ୩୪୦ ରନର ଟାର୍ଗେଟ ରହିଥିଲା। ଏହାର ଜବାବରେ ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା। ଯଶସ୍ଵୀ ଜୟସ୍ଵାଲ୍ ଭଲ ବ୍ୟାଟିଂ କରୁଥିଲେ ମଧ୍ୟ ୮୨ ରନ କରି ଆଉଟ୍ ହୋଇଥିଲେ। ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ବ୍ୟାଟ୍ସମ୍ୟାନ ଆଉଟ୍ ହେବାରେ ଲାଗିଲେ। ଦଳ ମ୍ୟାଚ ଡ୍ର ବି କରିପାରିଲା ନାହିଁ।

୫ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ ଜିତିଥିଲା ଟିମ୍ ଇଣ୍ଡିଆ। ଏହାପରେ ଅଷ୍ଟ୍ରେଲିଆ ଦ୍ଵିତୀୟ ମ୍ୟାଚ ଜିତିବାଥିବାବେଳେ ତୃତୀୟ ମ୍ୟାଚ ଡ୍ର ରହିଥିଲା। ଏବେ ଚତୁର୍ଥ ଟେଷ୍ଟ ଜିତି ଅଷ୍ଟ୍ରେଲିଆ ଏହି ସିରିଜରେ ୨-୧ରେ ଆଗୁଆ ହୋଇଛି। ସିରିଜର ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ ଜାନୁଆରି ୩ ତାରିଖରୁ ସିଡନୀରେ ଆରମ୍ଭ ହେବ।

Tags: #Border-GavaskarTrophy #TestSeries #BoxingDayTest #IndiavsAustralia #Melbourne #BCCI #Sports

LEAVE A REPLY

Please enter your comment!
Please enter your name here