ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆବର୍ଷରେ ଝାରସୁଗୁଡ଼ାରୁ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଓ ମୁମ୍ବାଇକୁ ଉଡ଼ିବ ବିମାନ।

ନୂଆବର୍ଷରେ ଭାରତର ନୂଆ ନୂଆ ସହର ସହ ଆକାଶମାର୍ଗ ଯୋଗେ ଯୋଡ଼ି ହେବ ଭୁବନେଶ୍ଵର ଓ ଝାରସୁଗୁଡ଼ା। ଭୁବନେଶ୍ଵର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ୫ଟି ସହରକୁ ଆରମ୍ଭ ହେବ ବିମାନ ସେବା। ସେହିପରି ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ୪ଟି ସହରକୁ ବିମାନ ଚଳାଚଳ କରିବ।

୨୦୨୫ ଜାନୁଆରି ୧ ତାରିଖରୁ ଇଣ୍ଡିଗୋ ଏୟାରଲାଇନ୍ସ ଭୁବନେଶ୍ଵର ବିମାନବନ୍ଦରରୁ ମଧ୍ୟପ୍ରଦେଶର ଇନ୍ଦୋର ଓ ଉତ୍ତରାଖଣ୍ଡର ଡେରାଡୁନକୁ ବିମାନ ସେବା ଆରମ୍ଭ କରିବ।

ସେହିପରି ଜାନୁଆରି ୩ ତାରିଖରୁ ଭୁବନେଶ୍ଵରରୁ ଉତ୍ତରପ୍ରଦେଶର ଲକ୍ଷ୍ନୌ, ରାଜସ୍ଥାନର ଜୟପୁର, କେରଳର କୋଚିକୁ ଦୈନିକ ବିମାନ ସେବା ଆରମ୍ଭ କରିବ ଏୟାର ଇଣ୍ଡିଆ ଏକ୍ସପ୍ରେସ।

ଅନ୍ୟପଟେ ୨୦୨୫ ଜାନୁଆରି ମାସରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଓ ମୁମ୍ବାଇକୁ ବିମାନ ଚଳାଚଳ କରିବ।   

Tags: #FlightService #BijuPatnaikAirport #Bhubaneswar #JharsugudaAirport #Odisha

LEAVE A REPLY

Please enter your comment!
Please enter your name here