ଓଡ଼ିଶାଲାଇଭ୍ ବ୍ୟୁରୋ
ବିଦାୟ ନେଇଛି ବର୍ଷ ୨୦୨୪। ଏବେ କ୍ୟାଲେଣ୍ଡରେ ଯୋଡ଼ି ହୋଇଛି ଆଉ ଏକ ନୂଆ ମସିହା ୨୦୨୫। ସମସ୍ତେ ଧୁମଧାମରେ ନୂଆବର୍ଷକୁ ସ୍ଵାଗତ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବବର୍ଷର ଶୁଭକାମନା ଜଣାଇଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋସିଆଲ ମିଡ଼ିଆ ଏକ୍ସରେ ନୂଆ ବର୍ଷର ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, “ସମସ୍ତଙ୍କୁ ନୂଆ ବର୍ଷର ଶୁଭେଚ୍ଛା! ୨୦୨୫ ବର୍ଷ ସମସ୍ତଙ୍କ ପାଇଁ ସୁଖ, ସୌହାର୍ଦ୍ଦ୍ୟ ଏବଂ ସମୃଦ୍ଧତା ଆଣୁ! ଏହି ଅବସରରେ, ଆସନ୍ତୁ ଭାରତ ଏବଂ ବିଶ୍ଵ ପାଇଁ ଏକ ଉଜ୍ଜ୍ୱଳମୟ ସମାଜ ଗଠନରେ ମିଳିତ ଭାବେ ସବୁ କ୍ଷେତ୍ରରେ କାର୍ଯ୍ୟ କରିବା।”
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିଜ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, “ନୂତନ ବର୍ଷ ସମସ୍ତଙ୍କ ପାଇଁ ନୂଆ ସୁଯୋଗ, ସଫଳତା ଏବଂ ଅନେକ ସୁଖ ଆଣିଦେଉ। ମୁଁ ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ କାମନା କରୁଛି।”
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବବର୍ଷର ଶୁଭକାମନା ଜଣାଇ ଲେଖିଛନ୍ତି, “ଇଂରାଜୀ ନୂତନ ବର୍ଷ ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା। ମହାପ୍ରଭୁଙ୍କ କୃପାରୁ ନବବର୍ଷ ଆପଣଙ୍କ ଜୀବନରେ ଆନନ୍ଦ, ସୁଖ ଓ ସମୃଦ୍ଧି ଆଣିଦେଉ। ଏହି ବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ। ଏକ ବିକଶିତ ଓଡ଼ିଶା ଗଠନ ପାଇଁ ଆମେ ସମସ୍ତେ ମିଳିମିଶି କାମ କରିବା।”
Tags: #HappyNewYear2025 #NewYearWishes #President #PrimeMinister #CMOOdisha #India